ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ତା ହକି ଷ୍ଟାଡିୟମ
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲା ରାଉରକେଲାର ବିର୍ସା ମୁଣ୍ତା ହକି ଷ୍ଟାଡିୟମ । ବିଶ୍ୱର ସବୁଠୁ ଅଧିକ ସିଟ୍ ଥିବା ବଡ଼ ଷ୍ଟାଡିୟମ୍ ପାଇଁ ନିଜ ନାଁରେ ଏହି ରେକର୍ଡ ପକ୍କା କରିଛି ବିର୍ସା ମୁଣ୍ତା ହକି ଷ୍ଟାଡିୟମ ।

ଭୁବନେଶ୍ୱର: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲା ରାଉରକେଲାର ବିର୍ସା ମୁଣ୍ତା ହକି ଷ୍ଟାଡିୟମ । ବିଶ୍ୱର ସବୁଠୁ ଅଧିକ ସିଟ୍ ଥିବା ବଡ଼ ଷ୍ଟାଡିୟମ୍ ପାଇଁ ଗିନିଜ ବୁକ୍ ଅଫ ରେକର୍ଡସରେ ସ୍ଥାନ ପକ୍କା କରିଛି ଏହି ଷ୍ଟାଡିୟମ ।
ବିର୍ସା ମୁଣ୍ତା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଶ୍ୱରେ ସର୍ବ ବୃହତ୍ତ ହକି ଷ୍ଟାଡିୟମର ମାନ୍ୟତା ପାଇଛି । ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ତେବେ ଏନେଇ ଗତକାଲି ଅର୍ଥାତ୍ ଶନିବାର ଦିନ ୫-ଟି ସଚିବ ଭିକେ ପାଣ୍ତିଆନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏହି ଖୁସି ଖବର ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଉଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ୫-ଟି ସଚିବ । ସେହିପରି ଏହି ଖବର ଶୁଣି ନିଜ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।












Click it and Unblock the Notifications