Get Updates
Get notified of breaking news, exclusive insights, and must-see stories!

ସାବଧାନ! ନୂଆ ନମ୍ବର ପ୍ଲେଟ୍‌ ନଥିଲେ ଏହି ଦିନଠାରୁ ଗଣିବେ ୧୦ହଜାର ଫାଇନ

ଭୁବନେଶ୍ୱର: ନୂଆ ନମ୍ବର ପ୍ଲେଟ୍‌ ଲଗାଇ ନଥିଲେ ଜୁନ୍‌ ୨୩ରୁ ଗଣିବେ ମୋଟା ଅହ୍କର ଫାଇନ୍ । ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିଲେ ଗଣିବେ ଫାଇନ ।

ତେବେ ଜୁନ ୨୩ରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ । ନମ୍ବର ପ୍ଲେଟ ଲାଗି ନଥିବା ଗାଡି ଗୁଡିକଠାରୁ ଫାଇନ ଆଦାୟ ହେବ । ଇ-ଚାଲାଣ କଟାଯାଇ ୫ ହଜାରରୁ ୧୦ ହଜାର ଜରିମାନା ଆଦାୟ କରାଯିବ । ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ ଏନେଇ ସୂଚନା ଦେଇଛନ୍ତି ।

High Security Number Plate

ସେ କହିଛନ୍ତି ଯେ 07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ 35,87,577 ଗାଡିରେ HSRP ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି ।

M.V ଆକ୍ଟ, 1988, ଧାରା 192 ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ 5000 / - କିମ୍ବା 10, 000 / - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। CMVR, 1989 ର ନିୟମ 50 ଅନୁଯାୟୀ, ସମସ୍ତ ଯାନକୁ HSRP ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ।

High Security Number Plate

ସୂଚନାଥାଉ କି, ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା 01.04.19 ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗେଇବାର ଅବଧି 28.02.23 ତାରିଖରେ ଶେଷ ହୋଇ ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+