ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା; ଗଲା ୩ ଜୀବନ
ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ରାଜ୍ୟ ପରିବହନ ନିଗମ ବସ୍ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏମ୍ଭି-୭ ଗ୍ରାମ ନିକଟସ୍ଥ ତମସା ଛକରେ ଘଟିଛି ଦୁର୍ଘଟଣା । ବସ୍ଟି ମାଲକାନଗିରିରୁ କାଲିମେଳା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ୍ରେ ତିନି ଜଣ ଯୁବକ ମାଲକାନଗିରି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।
ବସଟି ମାଲକାନଗିରିରୁ କାଲିମେଳା ଯାଉଥିବା ବେଳେ ବାଇକ୍ଟି ବିପରୀତ ଦିଗରୁ ଆସୁଥିଲା। ବାଇକରେ ୩ ଜଣ ବସିଥିଲା। ବସ୍ ସହିତ ପିଟି ହେବା ପରେ ବାଇକ୍ରେ ବସିଥିବା ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସେମାନେ ମାଲକାନଗିରି ଅଭିମୁଖେ ଆସୁଥିଲେ। ଏମ୍ଭି-୭ ଏବଂ ମାଲକାନଗିରି ମଝିରେ ଥିବା ତାମସା ନଦୀ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା।

ଅନ୍ୟପଟରେ ତିନି ଜଣଙ୍କର ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବସ୍କୁ ଅଟକ ରଖିଥିବାରୁ ଯାତ୍ରୀମାନଙ୍କର ନିଜର ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ବିଳମ୍ବ ହେଉଛି।
ସୂଚନାନୁସାରେ, ମାଲକାନଗିରିର ଏମ୍ଭି-୭ ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ଘଟିଛି। ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଏବଂ ରୋଡ୍ରେ ଯାଉଥିବା ଲୋକେ ଘଟଣାସ୍ଥଳରେ ଅମ୍ବୁଲାନ୍ସ ଡକାଇ ଆହତଙ୍କୁ ଟିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ଏହାପରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।
ଗତକାଲି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଘଟିଛି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା । ୪୦ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ସ୍ଲିପର କୋଚ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । କନୌଜ ଜିଲ୍ଲା ଅଉରାଇୟା ସୀମାରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।












Click it and Unblock the Notifications