ଫୁଲୁଛି ସୁବର୍ଣ୍ଣରେଖା, ବଢୁଛି ଜଳସ୍ତର; ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍
ଫୁଲୁଛୁ ବିଭିନ୍ନ ନଦୀ, ଗାଁରେ ପଶୁଛି ପାଣି । ଏପରିକି ପ୍ରବଳ ବର୍ଷା ଯୋଗୁ ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ ଗେଟ। ଫଳରେ ବାଲିଆପାଳ-ଜାମକୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦. ୨୦ମିଟରରେ ପ୍ରବାହିତ ହେଉଛି।
ଯଦି ଜଳସ୍ତର ଏଭଳି ବୃଦ୍ଧି ପାଏ ତା'ହାଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଆଶଙ୍କା କରାଯାଉଛି। ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି।
ସେହିପରି ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ଷୋଳଶା ପାଣ୍ଠ କୋଷ୍ଟ କେନାଲର ସ୍ଲୁଇସ୍ ଗେଟ୍ ଭାଙ୍ଗିଯାଇଛି। ଫଳରେ ବାଲିଆପାଳ-ଜାମକୁଣ୍ଡାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି।

ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି। ଫଳରେ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି। ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଇ ମରାମତି କରା ଯାଉଥିବା ସୂଚନା ରହିଛି।
ମୟୁରଭଞ୍ଜ, ବାଲେଶ୍ବର ପରେ ଏବେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ପ୍ରବଳ ବର୍ଷିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏହି ୨ ଜିଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଏହି ୨ ଜିଲାରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ କରି ଦିଆଯାଇଛି।
ସେହିପରି ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ ବୋଲି ସତର୍କ କରି ଦିଆଯାଇଛି। ସୁନ୍ଦରଗଡ଼ ଏବଂ କେନ୍ଦୁଝର ବ୍ୟତୀତ ମୟୂରଭଞ୍ଜ, ଦେବଗଡ଼ ସମ୍ବଲପୁର ଏବଂ ବରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲ୍ଲା ପାଇଁ ପ୍ରବଳ ବର୍ଷାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।












Click it and Unblock the Notifications