Get Updates
Get notified of breaking news, exclusive insights, and must-see stories!

୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

Odisha Flood Damage Report :Odisha Revenue Minister Orders to Submit Flood Damage Report In 7 days .୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ କେତେ ଘର ଭାଙ୍ଗିଛି କେତେ ଚାଷ ଜମି ନଷ୍ଟ ହୋଇଛି ତାହାର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ବନ୍ୟାରେ ରାଜ୍ୟର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବିଭାଗ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଆରମ୍ଭ ହୋଇଛି । ରିପୋର୍ଟ ଆସିଲା ପରେ ଜଣାପଡିବ କେଉଁଠି କେତେ କ୍ଷତି ହୋଇଛି । ତେବେ ରିଲିଫ କୋର୍ଡ ଅନୁସାରେ ରିପୋର୍ଟ ଆସିବା ପରେ ୧୫ ଦିନ ମଧ୍ୟରେ ଘର ଭଙ୍ଗା ଓ ଫସଲ କ୍ଷତି ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ମଧ୍ୟ ସୂଚନା ରହିଛି ।

ODISHA

ପୂର୍ବରୁ ମୁଖ୍ୟମନ୍ତ୍ରୀ ପାଣି ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶ ଅନୁସାରେ ଆକଳନ ଆରମ୍ଭ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ସେହିପରି ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ଲୋକମାନଙ୍କୁ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ମଧ୍ୟ ଦିଆଯାଉଅଛି । ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଶୁଦ୍ଧ ପାନୀୟଜଳ ମଧ୍ୟ ଯୋଗାଇଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+