ଲଘୁ ଖଣିଜ ଚୋରା ଚାଲାଣରେ ଲାଗିବ ରୋକ:ମୁଖ୍ୟମନ୍ତ୍ରୀ
ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ। ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି ଯେ,ବର୍ତ୍ତମାନ ଲଘୁ ଖଣିଜ ଚୋରା ଚାଲାଣରେ ରୋକ ଲାଗିବ। ଖଣି ବିଭାଗରେ ରହିବ, କିନ୍ତୁ ଦାୟିତ୍ୱ ନେବ ରାଜସ୍ୱ ବିଭାଗ। ରାଜସ୍ୱ ବିଭାଗ ଦାୟିତ୍ୱ ସୁଚାର ରୂପେ ତୁଲାଇବ ବୋଲି ଆଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲଘୁ ଖଣିଜ ଦ୍ରବ୍ୟ ଲୁଟ୍କୁ ନେଇ ଏବେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ। ବିନା ଟିପିରେ ପରିବହନ ହେଉଥିବା ଖଣିଜ ଦ୍ରବ୍ୟ ବେଆଇନ ବୋଲି ବିଚାର କରାଯିବ।

ଏପରିକି ବିନା ଟିପିରେ କିଣାଯାଇ ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟବହାର ହେଉଥିବା ଖଣିଜ ଦ୍ରବ୍ୟକୁ ମଧ୍ୟ ଚୋରି ଦ୍ରବ୍ୟ ଭାବେ ବିଚାର କରାଯିବ। ଟିପି ପାସ ଜମା କରିନଥିଲେ ସଂପୃକ୍ତ ଠିକାଦାର ବା ଏଜେନ୍ସିଙ୍କ ବିଲ୍ ପାସ୍ ହେବନାହିଁ।












Click it and Unblock the Notifications