ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି
ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା ରହିଛନ୍ତି । ତାଙ୍କ ସହିତ ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଏବଂ ମହେଶ କୁମାର ସାହୁ କମିଟିରେ ରହିଛନ୍ତି ।ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରୁନଥିବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆସନ୍ତା ଗୋଟିଏ ସପ୍ତାହ ଭିତରେ ନୂଆ କମିଟି ଗଠନ ହେବ ବୋଲି ଗତ ସପ୍ତାହରେ କହିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କମିଟି ନଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରୁନି।

ଅନେକ କାମ ମଧ୍ୟ ଅଧପନ୍ତରିଆ ପଡ଼ିଛି। ଶ୍ରୀଜୀଉଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବାକୁ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜି ପାରୁନାହିଁ। ତା' ସହିତ ଭକ୍ତଙ୍କ ସୁରକ୍ଷା, ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅଟକି ରହିଛି। କମିଟି ଗଠନ ହେଲେ ଏହି ସବୁ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ବୋଲି ସେ କହିଥିଲେ।।












Click it and Unblock the Notifications