ସଂକ୍ରମଣ ବଢିଲେ କଟକଣା ବଢ଼ିବ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା ନିଆଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

ଭୁବନେଶ୍ୱର: ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା ନିଆଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ପୂର୍ବ ପରି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଫୋକସ କରିବା ସହ ମସ୍ତ କୋଭିଡ କଟକଣା ମାନିବାକୁ କୁହାଯାଇଛି । ଏହାସହ ମାସ୍କ ପିନ୍ଧିବା ସହ ଭିଡ଼କୁ ନଯିବାକୁ କୁହାଯାଇଛି ।

Health Director

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ସର୍ବ ଭାରତୀୟ ସ୍ତରରେ କରୋନା ସଂକ୍ରମଣ ମାମଲା କିଛି ପରିମାଣରେ ବଢୁଛି । ୪ ରୁ ୫ ରାଜ୍ୟରେ ବଢିବାରେ ଲାଗିଛି । ମାତ୍ର ଆମ ଓଡିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସେମିତି ଚିନ୍ତାଜନକ ନୁହେଁ । କିନ୍ତୁ କେବେ ବି ବଢିପାରେ । ତାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢାଇବାକୁ କୁହାଯାଇଛି । ଯଦି ବଢେ, ତା ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ଦେଶରେ ୬୫ ପ୍ରତିଶତ ବଢ଼ିଛି କରୋନା କେସଲୋଡ । ଦିନକରେ ୨ ହଜାର ୦୬୭ କେସ୍ ଚିହ୍ନଟ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ବଢ଼ିବା ସାଙ୍ଗକୁ ଦେଶରେ ଆକ୍ଟିଭ କେସ୍ ବି ବଢ଼ୁଛି ।

ରାଜଧାନୀ ଦିଲ୍ଲୀସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା କେସ୍ ୨୬ ପ୍ରତିଶତ ବଢ଼ିଛି । ରାଜଧାନୀରେ ପଜିଟିଭିଟି ରେଟ୍ ବୃଦ୍ଧି ପାଇ ୪.୪୨ରେ ପହଞ୍ଚିଛି । ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ବି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+