IPS ସ୍ତରରେ ବଡ଼ ଧରଣର ଅଦଳବଦଳ; ଦେଖନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ ?
ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଦଳବଦଳ କରାଇଛି । ସଫିନ ଅହମ୍ମଦ କେ. ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଏଚ୍ଆର୍ପିସି ଡିଆଇଜି ଭାବେ ନିଯୁକ୍ତି କରାଯାଇଛି ।

ସେହିପରି ଯୁଗଳ କିଶୋର ବନୋଥ ମୁଖ୍ୟାଳୟ ଏଆଇଜିପି ଭାବେ ନିଯୁକ୍ତ ହୋଇଛନ୍ତି । ନୟାଗଡ ଏସପି ଭାବେ ରାହୁଲ ଜୈନଙ୍କୁ ଦାୟିତ୍ୱ ମିଳିଛି । କଟକ ଗ୍ରାମାଞ୍ଚଳ ଏସପି ହୋଇଛନ୍ତି ମିହିର କୁମାର ପଣ୍ଡା । ସେହିଭଳି ମିହିର କୁମାର ପଣ୍ଡାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications