ଓଡ଼ିଶା ଓ ଛତିଶଗଡର ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡର ରାଜ୍ୟପାଳଙ୍କ ଦ୍ୱାରା 'ଓଡ଼ିଶା ଗବେଷଣା କେନ୍ଦ୍ର' ଉଦଘାଟିତ ହୋଇଛି । ସଠିକ୍ ଗବେଷଣା ଓ ତଥ୍ୟ ପ୍ରମାଣ ଅଭାବରୁ ଓଡ଼ିଶାର ସମୃଦ୍ଧ ଓ ଗୌରବମୟ ଇତିହାସ କେବଳ ଲୋକକଥାରେ ସୀମିତ ରହିଯାଇଛି । ବର୍ତ୍ତମାନ ସମୟରେ ଗବେଷଣା ଆଧାରରେ ଓଡ଼ିଆ ସମାଜର ମୂଳ ସତ୍ୟତାକୁ ତଥ୍ୟ ଆଧାରରେ ପ୍ରମାଣିତ କରି ପ୍ରକୃତ ସତ୍ୟତାର ଉନ୍ମୋଚନ କରିବା ପାଇଁ ହେବ ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବିଧାନ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ 'ଓଡ଼ିଶା ଗବେଷଣା କେନ୍ଦ୍ର'ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଓଡ଼ିଶାର ଜ୍ଞାନ ଏବଂ ପରମ୍ପରା ଉପରେ ଏକ ଦିବସୀୟ କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ଭାବନାରେ ଆଇଆଇଟି ରୁ ଆଇଆଇଏମ୍ ପର୍ଯ୍ୟନ୍ତ ବହୁମୁଖୀ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି । ଆମର ସମୃଦ୍ଧ, ସମ୍ପନ୍ନ ଓ ଗୌରବମୟ ଓଡ଼ିଆ ସମାଜକୁ ସମୀକ୍ଷା କରିବାକୁ ହେଲେ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ନିର୍ମିତ କୋଣାର୍କ ମନ୍ଦିରର ପଥର ଖଣ୍ଡ ପଛର ବୈଜ୍ଞାନିକ କାରଣ ଓ ପ୍ରକ୍ରିୟାର ମୌଳିକ ତତ୍ତ୍ୱ ଅନ୍ୱେଷଣ କରିବା ପାଇଁ ହେବ । ଯେଉଁ ଜାତି ସମ୍ପନ୍ନ ଓ ଦୂରଦ୍ରଷ୍ଟା ନଥିବ ତେବେ ଏ ପ୍ରକାର କୀର୍ତ୍ତି କରିବା କଣ ସମ୍ଭବ ? ଏ ଦିଗରେ ସମଗ୍ର ବିଚାର ଓ ମୌଳିକ ତ୍ତତ୍ୱ ପର୍ଯ୍ୟନ୍ତ ଯିବା ପାଇଁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ବିଶେଷ ସହାୟକ ହେବ ।

Governors of Odisha andChhattisgarh

ଅନେକ କଳା ଓ ସଂସ୍କୃତିର ସମାହିତ ଓଡ଼ିଶା କଳିଙ୍ଗ ଯୁଦ୍ଧ ପୂର୍ବରୁ ସମୃଦ୍ଧ ଥିଲା । ଓଡ଼ିଶା ବନ୍ଦର ଆଧାରିତ ଅର୍ଥନୀତି ଥିଲା । କୋଣାର୍କର ମନ୍ଦିର କଳାରେ ଜିରାଫ୍ ଚିତ୍ର ସହ ସାମୁଦ୍ରିକ ଗତିବିଧିର ଅନେକ ଦୃଶ୍ୟ ରହିଛି, ଯାହା ଉଭୟ ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାର ବିଭିନ୍ନ ଅଞ୍ଚଳ ସହିତ କଳିଙ୍ଗର ସମୃଦ୍ଧ ସାମୁଦ୍ରିକ ସମ୍ପର୍କର ଗଭୀର ପ୍ରମାଣ ଦେଇଥାଏ । ଆମ ରାଜ୍ୟ ଅତୀତରେ ଦେଶରେ ହାତୀ ଯୋଗାଉଥିବାର ମଧ୍ୟ କିଛି ଐତିହାସିକମାନେ ମତ ଦିଅନ୍ତି । ସେହିପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବାଧାବିଘ୍ନ ପରେ ବି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ତିନିହଜାର ବର୍ଷ ପୂର୍ବ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି ।

ସନ୍ଥକବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀ ପୂରାଣ କେବଳ ଧାର୍ମିକ ନୁହେଁ ବରଂ ମହିଳା ସଶକ୍ତିକରଣ ଓ ସ୍ୱଚ୍ଛତା ବାର୍ତ୍ତା ଦେଉଛି । ମହିମା ଧର୍ମର ମାହାତ୍ମ୍ୟ ଓ ସନ୍ଥକବି ଭୀମ ଭୋଇଙ୍କ ବାଣୀ ବିଶ୍ୱକୁ ପ୍ରଭାବିତ କରିଛି । ଶ୍ରୀମନ୍ଦିରକୁ ଇଂରେଜମାନେ ହାତେଇବା ପାଇଁ ଚେଷ୍ଟା କରୁଥିବା ବେଳେ ଖ୍ରୀଷ୍ଟୀଆନ ଧର୍ମ ଗ୍ରହଣ କରିଥିବା ମଧୁବାବୁ ଓକିଲାତି ହୋଇ ଓଡ଼ିଆ ଜାତି, ସଭ୍ୟତା ଓ ସଂସ୍କୃତି ପାଇଁ ଲଢେଇ କରିଥିଲେ । ଏହା ହିଁ ଧାର୍ମିକ ନିରପେକ୍ଷତା । ପ୍ରାଚୀନ ଓଡ଼ିଶା ପ୍ରତ୍ନତତ୍ତ୍ୱ, ଜ୍ୟୋତିର୍ବିଜ୍ଞାନ, ଗଣିତ ଓ ଜ୍ୟାମିତି ଏବଂ ପ୍ରାକୃତିକ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ମଧ୍ୟ ଉତ୍କୃଷ୍ଟ ଥିଲା । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଭାତ ଡାଲମାରେ ସ୍ୱାସ୍ଥ୍ୟନୀତି ଥିଲା । ଉସୁନା ଚାଉଳ ଓ ମାଣ୍ଡିଆକୁ ଓଡ଼ିଆ ଲୋକମାନେ ପ୍ରସ୍ତୁତ କରିଛନ୍ତି ।

କଳା, ସଂସ୍କୃତି, ପ୍ରତ୍ନତତ୍ତ୍ୱ, ପରମ୍ପରା ଓ ସାହିତ୍ୟ, ଓଡ଼ିଶାର ସମାଜ ବିଜ୍ଞାନ, ମାନବ ବିଜ୍ଞାନ, ରାଜନୈତିକ ପ୍ରକ୍ରିୟା ଓ ରାଜନୈତିକ ସଂସ୍କୃତି, ପ୍ରବାସୀ ଓଡ଼ିଆ ଓ ତାଙ୍କର ଅବଦାନ, କୃଷି, ବାଣିଜ୍ୟ, ବ୍ୟବସାୟ ଓ ଶିଳ୍ପାୟନ, ସମସାମୟିକ ଓଡ଼ିଶାର ବିକାଶ ଧାରା, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ସ୍ୱାସ୍ଥ୍ୟସେବା, ଭବିଷ୍ୟତ ଟେକ୍ନୋଲୋଜି ଏବଂ ସ୍ମାର୍ଟ ସିଟି, ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ଏବଂ ନିରନ୍ତର ବିକାଶ, ସେମିକଣ୍ଡକ୍ଟର, ବିରଳ ମୃତ୍ତିକା ଏବଂ ଉନ୍ନତ ଖଣିଜ ପଦାର୍ଥ ଉପରେ ଓଡ଼ିଶା ଗବେଷଣା କେନ୍ଦ୍ର ଗବେଷଣା କରିବ । ଓଡ଼ିଆ ସମାଜର ଜନଜୀବନ, ଚାଲିଚଳଣୀ, ଖାଦ୍ୟପେୟ ଉପରେ ଗବେଷଣା କରି ଓଡ଼ିଆ ସମାଜର ହୃତଗୌରବକୁ ଆଧୁନିକ ସମାଜରେ ପୁନପ୍ରତିଷ୍ଠା କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତର ଅର୍ଥନୀତିକୁ ସମୃଦ୍ଧ କରିବା ଦିଗରେ ଓଡ଼ିଶାର ଅବଦାନ ଅନେକ । ଓଡ଼ିଆ ପିଲା ମାନଙ୍କ ବୌଦ୍ଧିକ କ୍ଷମତା ଆଜି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହୋଇଛି । ଆବୁଧାବୀରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାମରେ ଶହ ଶହ ଓଡ଼ିଆ କାରିଗରମାନେ ଲାଗିଛନ୍ତି । ବାଣିଜ୍ୟ, ବ୍ୟବସାୟ, ଶିଳ୍ପାୟନ ଅତୀତରେ ଓଡ଼ିଶାର ଭୂମିକା ଥିଲା, ଆଜି ବି ଅଛି ଓ ଭବିଷ୍ୟତରେ ରହିବ ମଧ୍ୟ । ତା'ର ଯୋଜନା ବନାଇବା ପାଇଁ ପଡିବ । ସମସାମୟିକ ଓଡ଼ିଶାରେ କଣ ଚାଲିଛି, ଓଡ଼ିଆ ଲୋକ କଣ ଭାବୁଛି, ସେ ଦିଗରେ ମଧ୍ୟ ଆଲୋଚନା କରିବାକୁ ହେବ ।

ଆଗାମୀ ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଆମ ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଆଉ ୨୪ ବର୍ଷ ପରେ ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଯେଉଁ ଜାତିର ହଜାର ହଜାର ବର୍ଷର ଇତିହାସ ଅଛି ଓ ପ୍ରଭାବଶାଳୀ ଭୂମିକା ଅଛି ସେହି ଜାତି ନିଜକୁ ଶତାବ୍ଦୀ କେଉଁ ପର୍ଯ୍ୟନ୍ତ ସଜାଇବ ? ଏହି ସମୟରେ ଲୋକାର୍ପିତ ଓଡ଼ିଆ ଗବେଷଣା କେନ୍ଦ୍ର ଆଗାମୀ ଦୁଇ ଦଶନ୍ଧି ଧରି ଓଡ଼ିଶାର ବିକାଶ, ଓଡ଼ିଆଙ୍କ ଉନ୍ନତି, ଓଡ଼ିଆ ଯୁବପିଢିଙ୍କୁ ୨୦୩୬ ଓ ୨୦୪୭ ପାଇଁ ରୂପରେଖ ପ୍ରସ୍ତୁତ କରିବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଓଡ଼ିଶା ଗବେଷଣା କେନ୍ଦ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ ଜନଜୀବନକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କ ସହ ଯୁବ ଗବେଷକ ଏବଂ ଓଡ଼ିଆ ଲୋକଙ୍କୁ ଯୋଡିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଓ ଶିକ୍ଷାକୁ ବ୍ୟାପକ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆଜିର ଏହି ରିସର୍ଚ୍ଚ ସେଣ୍ଟରର ଲୋକାର୍ପଣ ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି । ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ICSSR) ଅଧୀନରେ ଥିବା ଓଡ଼ିଶା ଗବେଷଣା କେନ୍ଦ୍ର (ORC) ଆରମ୍ଭ କରାଯାଇଛି । ଏହାର ବ୍ୟାପକତା ପାଇଁ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ଡିଭିଜନ, ଆଇସିଏସଏସଆର, ଆଇଆଇଏମ୍ ସମ୍ବଲପୁର, ଆଇଆଇଟି ଖଡ଼ଗପୁର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଇସିଏସଏସଆର ଏବଂ ଶିକ୍ଷା ମନ୍ତ୍ରଣାଳୟର ଆଇକେଏସ ଡିଭିଜନ ଏଭଳି ଗବେଷଣା କେନ୍ଦ୍ର ଓଡ଼ିଶା ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାରେ ଓଡ଼ିଶାକୁ ପ୍ରଥମ ରାଜ୍ୟ ଭାବେ ଚୟନ କରି ଏହି ପଦକ୍ଷେପ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+