For Quick Alerts
Turn On Notification  
For Daily Alerts
Oneindia App Download

ଓଡିଶା କରୋନା: ତିନି ଦିନରେ ଦୁଇ ଥର ତିନିଶହ ମାର୍କ ଟପିଲାଣି ଦୈନିକ ସଂକ୍ରମଣ

ଗୋଟିଏ ଦିନ ବ୍ୟବଧାନ ପରେ ପୁଣିଥରେ ଆଜି ତିନିଶହ ମାର୍କ ଟପିଛି ଦୈନିକ କରୋନା ସଂକ୍ରମଣ । ଗତକାଲି ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

|

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ପୁଣିଥରେ ଆଜି ତିନିଶହ ମାର୍କ ଟପିଛି ଦୈନିକ କରୋନା ସଂକ୍ରମଣ । ରାଜ୍ୟରେ ଧିରେ ଧିରେ ବଢି ଚାଲିଛି କରୋନାର ଗ୍ରାଫ । ଗତକାଲି ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୫ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

odisha corona

ତେବେ ୫୩ ଜଣ ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି । ଆଜି ରାଜ୍ୟର ୧୬ଟି ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୪ଟି ଜିଲ୍ଲାରେ ସଂକ୍ରମଣ ଦେଖାଦେଇ ନାହିଁ । ତେବେ ଇତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ସେହିପରି କଟକରୁ ୭୦, ଷ୍ଟେଟପୁଲରୁ ୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୭, ଜଗତସିଂହପୁରରୁ ୬, ନୂଆପଡ଼ାରୁ ୪, କଳାହାଣ୍ଡି, କୋରାପୁଟ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼, ପୁରୀରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨, ୯୧, ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୯୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨,୮୦, ୨୪୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩, ୨୧, ୪୮, ୨୦୫ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Reports over 300 COVID 19 Cases Second Time in Three Days
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X