ଅସ୍ବାଭାବିକ ଭାବେ ୫୦ଟି ହାତୀର ମୃତ୍ୟୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ୫୦ ହାତୀ ମୃତ୍ୟୁର ହେବ ତଦନ୍ତ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୨୪ ଆରମ୍ଭରୁ ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ହେବ। ୨୦୨୪ ଆରମ୍ଭରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀମୃତ୍ୟୁର ତଦନ୍ତକରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ୫୦ ହାତୀର ମୃତ୍ୟୁ ହୋଇଛି।

ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ୍‌, ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜ ସାଥୀ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦଳ ସମେତ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ ହାତୀମାନଙ୍କ ସୁରକ୍ଷା ପାଇଁ ଆଇନଗତ ସୁରକ୍ଷା ବ୍ୟବସ୍ଥା ସହିତ ସୁରକ୍ଷିତ ପରିବେଶ ନିଶ୍ଚିତ କରିବାକୁ ଜଙ୍ଗଲ ଅଧିକାରୀଙ୍କ ପକ୍ଷରୁ ଅଧିକ ଯତ୍ନ ଏବଂ ଆନ୍ତରିକତା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

elephant

ଏହି ପ୍ରସଙ୍ଗରେ ପ୍ରାଥମିକତା ଦିଆଯିବା ଆବଶ୍ୟକ ଏବଂ ତ୍ରୁଟିପୂର୍ଣ୍ଣ ଅଧିକାରୀଙ୍କୁ ସ୍କଟମୁକ୍ତ କରାଯିବା ଉଚିତ ନୁହେଁ। ହାତୀଙ୍କ ଜୀବନ ରକ୍ଷା କରିବାରେ ଅବହେଳା ଏବଂ ଅପାରଗତା ଥିବା ଅଧିକାରୀଙ୍କ ବିରୋଧରେ ଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକପ୍ରକାରର ଅଘୋଷିତ ଯୁଦ୍ଧ ଜାରି ରହିଛି। ଏଥି ପାଇଁ ଏକାଧିକ କାରଣ ରହିଛି। ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁ ଦ୍ବାରା ପ୍ରଭାବିତ ହୋଇ ହାତୀମାନେ ଗାଁ ଅଭିମୁଖେ ଆସୁଛନ୍ତି ଏବଂ ମନୁଷ୍ୟମାନଙ୍କର ଟାର୍ଗେଟରେ ରହୁଛନ୍ତି। ହାତୀମାନେ ଜଙ୍ଗଲ ଭିତରୁ ପଦାକୁ ଆସିବା ଦ୍ବାରା ମନୁଷ୍ୟର ମଧ୍ୟ କ୍ଷତି କରୁଛନ୍ତି। ଫସଲ ଖାଇବା, ଘରଦ୍ବାର ଭାଙ୍ଗିବା ଓ ଆକ୍ରମଣ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+