ରାଜ୍ୟରେ 24 ଘଣ୍ଟାରେ 41 ସଂକ୍ରମିତ
ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 41 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 24 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 17 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 4ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଭୁବନେଶ୍ବର: ପୁଣି କାୟା ମେଲାଇଲାଣି ମହାମାରୀ କରୋନା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ମଙ୍ଗଳବାର ଚିହ୍ନଟ 22 ସଂକ୍ରମିତ ଅପେକ୍ଷା ଗୁରୁବାର ମାମଲା ଡବଲ ହୋଇଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 41 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 24 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 17 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 4ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ଜଣେ , ଭଦ୍ରକରୁ ଜଣେ , କଟକରୁ 5 ଜଣ, ଜଗତସିଂହପୁରୁ ଜଣେ, ପୁରୀରୁ ଜଣେ, ଖୋର୍ଦ୍ଧାରୁ 22, ସୁନ୍ଦରଗଡରୁ 2, ସମ୍ବଲପୁରରୁ ଦୁଇ ଜଣ ଓ ଷ୍ଟେଟପୋଲରୁ 6 ଜଣ ସଂକ୍ରମିତ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 737 ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 177 ସକ୍ରିୟ ମାମଲା ରହିଛି । ନୂଆ 30 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 381 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 8 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।












Click it and Unblock the Notifications