ସ୍ବାସ୍ଥ୍ୟ କ୍ଷେତ୍ରରେ ବିରାଟ ସଫଳତା: ଶିଶୁ ମୃତ୍ୟୁହାର ହ୍ରାସରେ ଓଡିଶା ଆଗରେ..
ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଲା । ୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ୩୯ ପଏଣ୍ଟ ହ୍ରାସ । ସାରା ଦେଶରେ ଏହା ସର୍ବାଧିକ ।
ଭୁବନେଶ୍ୱର: ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାକୁ ବଡ ସଫଳତା । ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଲା ।
୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ୩୯ ପଏଣ୍ଟ ହ୍ରାସ । ସାରା ଦେଶରେ ଏହା ସର୍ବାଧିକ । ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ , ମିଶନ ଶକ୍ତି ବିଭାଗ ଓ ଟିମ୍ ଓଡିଶାକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡିଶା କ୍ରମାଗତଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି ।
ଆଜି ମୋ ସରକାରର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି । ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି । ଏହା ସାରା ଦେଶରେ ଏହି ସମୟ ମଧ୍ୟରେ ସର୍ବାଧିକ ହ୍ରାସ । ବର୍ତ୍ତମାନ ରାଜ୍ୟର ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ମିଶନ ଶକ୍ତି ବିଭାଗ ଏବଂ ଟିମ୍ ଓଡିଶାକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଓଡିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ଓଡିଶା ପାଇଁ ନୂଆ ନୂଆ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ।












Click it and Unblock the Notifications