ଗ୍ରହକଙ୍କୁ ଆଶ୍ଵସ୍ତ: ବଢିବନି ବିଦ୍ୟୁତ ଶୁଳ୍କ,
ଭୁବନେଶ୍ବର: ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସନ୍ତା ଆର୍ଥିକ ବର୍ଷ ପାଇଁ ବଢିବ ନାହିଁ ବିଦ୍ୟୁତ ବିଲ। ଏନେଇ ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ସଂସ୍ଥା। ରାଜ୍ୟରେ ରିଟେଲ ବିଦ୍ୟୁତ ବିଲ ବଢିବା ନେଇ ପ୍ରକାଶ ପାଇଥିଲା ଅସନ୍ତୋଷ। ଏଥିପାଇଁ ବିଭିନ୍ନ ଖାଉଟି ସୁରକ୍ଷା ସଂଗଠନ ଗୁଡିକ ପକ୍ଷରୁ ବିଦ୍ୟୁତ ବିଲ ନବଢାଇବା ନେଇ ଦାବି କରଯାଇଥିଲା। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ପରେ ସାମାନ୍ଯ ଆଶ୍ଵସ୍ତି ପ୍ରକାଶ ପାଇଛି ଗ୍ରାହକଙ୍କ ମଧ୍ୟରେ।

ଖାଉଟିମାନେ ଅନଲାଇନ ମାଧ୍ୟମରେ ଦେୟ ପଇଠ କଲେ ଗ୍ରାହକମାନଙ୍କୁ 3 ପ୍ରତିଶତ ରିହାତି ମିଳିବ ବୋଲି ଓଇଆରସି ପକ୍ଷରୁ କୁହାଯାଇଛି। ପ୍ରଥମ 50 ପର୍ଯ୍ୟନ୍ତ ପ୍ରତି ୟୁନିଟ ପିଛା ପୂର୍ବଭଳି 3 ଟଙ୍କା ରହିବ ଶୁଳ୍କ। 50 ୟୁନିଟରୁ 200 ୟୁନିଟ ଯାଏଁ 4 ଟଙ୍କା 80 ପଇସା ରହିବ ଦେୟ। 200 ୟୁନିଟରୁ 400 ୟୁନିଟ ପର୍ଯ୍ୟନ୍ତ ପ୍ରତି ୟୁନିଟ ପିଛା ଦର ରହିବ 5 ଟଙ୍କା 80 ପଇସା।












Click it and Unblock the Notifications