ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ, କ୍ରମାଗତ ୩ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। କ୍ରମାଗତ ୩ ଦିନ ଧରି ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହିଛି। ଆଜି ରାଜ୍ୟରେ ୧୦୮୫୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୦୨୧ ଜଣ ୧୮ ବର୍ଷରୁ କମ ବୟସର ପିଲାଙ୍କୁ କରୋନା ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜନରୁଆରୀ ପ୍ରଥମ ସପ୍ତାହରେ ରାଜ୍ଯରେ ଦୈନିକ ସଂକ୍ରମଣ ଦୁଇଶହ ପାଖାପାଖି ରହିଥିବା ବେଳେ ଆଜିକୁ ମିଶାଇ କ୍ରମାଗତ ୩ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ରହିବା ପରିସ୍ଥିତିର ଭୟାବହତାକୁ ଇଙ୍ଗିତ କରୁଛି ।

ଆଜି ରାଜ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୩୦୮୭ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ସୁନ୍ଦରଗଡ ଜିଲ୍ଲା ରହିଛି। ସୁନ୍ଦରଗଡ ଜିଲ୍ଲାରେ ୧୯୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକ, ସମ୍ବଲପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି। ସେହିପରି ଷ୍ଟେଟ ପୁଲରେ ଅଜି ରେକର୍ଡ କରାଯାଇଛି ୭୦୯ ଜଣ ସଂକ୍ରମିତଙ୍କୁ । ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୮୦୯ ରହିଛି । ଅଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪୫୬୩ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୬୨୯୩ ଜଣ ସଙ୍ଗରୋଧରେ ଥିବା ଲୋକ ଅନ୍ତର୍ଭୁକ୍ତ ଅଛନ୍ତି। ସେହିପରି ରାଜ୍ୟରେ ଗତକାଲି ୨୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।












Click it and Unblock the Notifications