22 ପ୍ରତିଶତ ଅଧିକ ଧାନ କ୍ରୟ କରିଛନ୍ତି ଓଡିଶା ସରକାର

ମାଣ୍ଡି ବ୍ୟବସ୍ଥାରେ କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରି ପାଇଁ କିଛି ଦିନ ଅପେକ୍ଷା କରୁଥିବା ଅଭିଯୋଗ ସତ୍ବେ ରାଜ୍ୟ ସରକାର ଅଧିକ 22 ପ୍ରତିଶତ ଧାନ କିଣି ରେକର୍ଡ କରିଛନ୍ତି ।

ଭୁବନେଶ୍ୱର: ଅନ୍‌ଲାଇନ୍ ଟୋକନ୍ ବ୍ୟବସ୍ଥାରେ କୃଷକଙ୍କ ସ୍ଥାୟୀତ୍ୱ ତଥା ଧାନ କ୍ରୟରେ ଅନିୟମିତତା ବିରୋଧରେ ବିଜେପି ଏକ ବ୍ୟାପକ ବିରୋଧ ଯୋଜନା କରୁଥିବା ବେଳେ ଚଳିତ ଖରିଫ ମାର୍କେଟିଂ ଋତୁରେ ରାଜ୍ୟ ସରକାର 35.06 ଲକ୍ଷ ଟନ୍ ଧାନ କିଣିଛନ୍ତି ।

paddy

ମଣ୍ଡି ବ୍ୟବସ୍ଥାରେ କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରି ପାଇଁ କିଛି ଦିନ ଅପେକ୍ଷା କରୁଥିବା ଅଭିଯୋଗ ସତ୍ୱେ ରାଜ୍ୟ ସରକାର ଅଧିକ 22 ପ୍ରତିଶତ ଧାନ କିଣି ରେକର୍ଡ କରିଛନ୍ତି । ଗତ ବର୍ଷ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ (FS&CW) ବିଭାଗ ଦ୍ୱାରା 28.81 ଲକ୍ଷ ଟନ୍ ରୁ ଅଧିକ ଧାନ କ୍ରୟ କରାଯାଇଥିଲା । ଯାହା ତୁଳନାରେ ଚଳିତ ବର୍ଷର କ୍ରୟ 22 ପ୍ରତିଶତ ଅଧିକା ହୋଇଥିବା କୁହାଯାଉଛି ।

ଧାନ କ୍ରୟ ଏବଂ ଅନଲାଇନ୍ ଟୋକନ୍ ବ୍ୟବସ୍ଥାରେ ଅନିୟମିତତା ହେଉଥିବା ବିଜେପି ଅଭିଯୋଗ କରିଥିଲା । ଏହାକୁ ଖାରଜ କରି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଅନଲାଇନ ଟୋକନ ମାଧ୍ୟମରେ ଧାନକ୍ରୟ ପ୍ରକ୍ରିୟା ଖୁବ ସୁରୁଖୁରୁରେ ଚାଲିଛି । ତେବେ ଏପର୍ଯ୍ୟନ୍ତ କୌଣସି ଜିଲ୍ଲାର ଚାଷୀଙ୍କଠାରୁ କୌଣସି ଅଭିଯୋଗ ଆସିନଥିବା ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+