Get Updates
Get notified of breaking news, exclusive insights, and must-see stories!

ବେକାରୀ ହାର ହ୍ରାସରେ ଓଡ଼ିଶା ପ୍ରଥମ: CMIE ରିପୋର୍ଟ

ବେକାରୀ ହାର ହ୍ରାସରେ ଓଡ଼ିଶା ପ୍ରଥମ । ଓଡିଶାରେ ଅଛନ୍ତି ସବୁଠୁ କମ୍ ବେକାରୀ । ଏକଥା ଆମେ କିମ୍ବା ରାଜ୍ୟ ସରକାର କହୁ ନାହନ୍ତି, ଏକଥା କହୁଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ରିପୋର୍ଟ ।

ଭୁବନେଶ୍ୱର: ବେକାରୀ ହାର ହ୍ରାସରେ ଓଡ଼ିଶା ପ୍ରଥମ । ଓଡିଶାରେ ଅଛନ୍ତି ସବୁଠୁ କମ୍ ବେକାରୀ । ଏକଥା ଆମେ କିମ୍ବା ରାଜ୍ୟ ସରକାର କହୁ ନାହନ୍ତି, ଏକଥା କହୁଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ରିପୋର୍ଟ । ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ଏହି ରିପୋର୍ଟରେ ଓଡିଶାରେ ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଛି । ଯାହାକି ଏକ ବଡ ରେକର୍ଡ । ବଡ଼ ବଡ଼ ରାଜ୍ୟରେ ବେକାରୀ ହାର ସର୍ବାଧିକ ରହିଛି । ଯେଉଁଠି ଓଡିଶାରେ ଏହା ଶୂନ ଦଶମିକ ତଳେ ରହିଛି ।

Unemployment Rate

କେଉଁ ରାଜ୍ୟରେ କେତେ ?

ହରିୟାଣାରେ ବେକାରୀ ହାର ୩୭.୪ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୮.୫, ଦିଲ୍ଲୀରେ ୨୦.୮, ଝାଡ଼ଖଣ୍ଡରେ ୧୮, ବିହାରରେ ୧୯.୧, ସିକିମରେ ୧୩.୬ ପ୍ରତିଶତ ରହିଛି ବେକାରୀ ହାର ।

ଗତ ନଭେମ୍ବର ଓ ଅକ୍ଟୋବରରେ ମଧ୍ୟ ସର୍ବନମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ରହିଥିଲା। ଗତ ଜୁଲାଇ ମାସରେ ଓଡ଼ିଶାର ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ବେଳେ ଦେଶବ୍ୟାପୀ ସର୍ବନିମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲା ।

Unemployment Rate

ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ସହିତ ସ୍ଥିର ସରକାର ରହିଛି । ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ବେକାରୀ ହାର ହ୍ରାସ ପାଇଥିବା କୁହାଯାଇଛି । ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ ହୋଇପାରିଛି। ଯାହାଫଳରେ ଯୁବକଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଦେଶରେ ବଢୁଛି ବେକିରା ହାର

ଦେଶରେ ବେକାରୀହାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତର ବେକାରୀ ହାର ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ । କାରଣ ଗତ ନଭେମ୍ବର ମାସରେ ଦେଶରେ ବେକାରୀ ହାର ୮.୦୦ ପ୍ରତିଶତ ରହିଥିଲା । ସେହିପରି ଦେଶରେ ସହରାଞ୍ଚଳର ବେକାରୀ ହାର ଡିସେମ୍ବରରେ ୧୦.୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବ ମାସରେ ଥିଲା ୮.୯୬ ପ୍ରତିଶତ । ଅନ୍ୟପଟେ ଗ୍ରାମାଞ୍ଚଳର ବେକାରୀ ହାର ରହିଛି ୭. ୪୪ ପ୍ରତିଶତ।

ସେପଟେ ନଭେମ୍ବରରେ ପ୍ରକାଶିତ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ୍ (NSO) ରିପୋର୍ଟ ଅନୁଯାଇ ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଦେଶରେ ବେକାରୀ ହାର 7.6% ରୁ 7.2% କୁ ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+