For Quick Alerts
Turn On Notification  
For Daily Alerts
Oneindia App Download

ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି

ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି ।

|

ପୁରୀ: ସ୍ଥାନୀୟ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ ପରେ ଏବେ ପୁରାତନ ସିଂହ ମୂର୍ତ୍ତି ମିଳିବା ପୁଣି ଏକ ବିବାଦ ସୃଷ୍ଟି କରିଛି । ପ୍ରକଳ୍ପ ସ୍ଥଳରୁ ଏଭଳି ଅବସ୍ଥାରେ ପୂରାତନ ମୂର୍ତ୍ତି ମିଳିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Puri News

ଗତ ମେ ୭ ତାରିଖରେ ଏଏସଆଇ ଦେଇଥିବା ସତ୍ୟପାଠ ଏବେ ଅନେକ ଗୁମର ଖୋଲୁଛି । ସତ୍ୟପାଠରେ ଖନନ ସମୟରେ ମାଟିତଳୁ କୀର୍ତ୍ତିରାଜୀ ମିଳିଥିବା ସ୍ପଷ୍ଟ କରିଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଲଗ୍ନ ଏଏସଆଇ ହାଇକୋର୍ଟଙ୍କୁ ଅବଗତ କରିଛି । ତେବେ ବଡ଼ ବଡ଼ ଖନନ ହୋଇଥିବାରୁ ଆହୁରି ଏପରି ଅନେକ ମୂର୍ତି ମିଳିପାରେ ।

ସୂଚନା ଅନୁସାରେ, ପୂର୍ବରୁ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏଏସଆଇ କି ଏନଏମଏର ବିନା ଅମୁମତିରେ ପ୍ରକଳ୍ପ କାମ ଚାଲିଥିବାର ଏଥିରେ ଦର୍ଶାଯାଇଥିଲା । ଏଥିପାଇଁ ଜିପିଆରଏସ ସର୍ଭେ ହୋଇ ନଥିବା ଅଭିଯୋଗ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Rare Lion Statue Found From Emaar Matha Puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X