ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି

ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି ।

ପୁରୀ: ସ୍ଥାନୀୟ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ ପରେ ଏବେ ପୁରାତନ ସିଂହ ମୂର୍ତ୍ତି ମିଳିବା ପୁଣି ଏକ ବିବାଦ ସୃଷ୍ଟି କରିଛି । ପ୍ରକଳ୍ପ ସ୍ଥଳରୁ ଏଭଳି ଅବସ୍ଥାରେ ପୂରାତନ ମୂର୍ତ୍ତି ମିଳିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Puri News

ଗତ ମେ ୭ ତାରିଖରେ ଏଏସଆଇ ଦେଇଥିବା ସତ୍ୟପାଠ ଏବେ ଅନେକ ଗୁମର ଖୋଲୁଛି । ସତ୍ୟପାଠରେ ଖନନ ସମୟରେ ମାଟିତଳୁ କୀର୍ତ୍ତିରାଜୀ ମିଳିଥିବା ସ୍ପଷ୍ଟ କରିଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଲଗ୍ନ ଏଏସଆଇ ହାଇକୋର୍ଟଙ୍କୁ ଅବଗତ କରିଛି । ତେବେ ବଡ଼ ବଡ଼ ଖନନ ହୋଇଥିବାରୁ ଆହୁରି ଏପରି ଅନେକ ମୂର୍ତି ମିଳିପାରେ ।

ସୂଚନା ଅନୁସାରେ, ପୂର୍ବରୁ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏଏସଆଇ କି ଏନଏମଏର ବିନା ଅମୁମତିରେ ପ୍ରକଳ୍ପ କାମ ଚାଲିଥିବାର ଏଥିରେ ଦର୍ଶାଯାଇଥିଲା । ଏଥିପାଇଁ ଜିପିଆରଏସ ସର୍ଭେ ହୋଇ ନଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+