ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ବଚ୍ଛତା ତାଲିକାରେ ଦେଶରେ ଏକ ନମ୍ବର ସ୍ଥାନ ହାସଲ କଲା
ଓଡିଶା ରାଜ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ସ୍ବଚ୍ଛତା ଇଣ୍ଡେକ୍ସରେ ଏକ ନମ୍ବର ସ୍ଥାନ ହାସଲ କରିଛି। ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭରମେଣ୍ଟ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ ମୂଲ୍ୟାୟନରୁ ଏହା ଜଣା ପଡିଛି।

ବିଭିନ୍ନ ବିଷୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୬୭ ପ୍ରତିଶତ ମାର୍କ ହାସଲ କରି ତେଲେଙ୍ଗାନା ରାଜ୍ୟ ସହ ସମ ସ୍ଥାନରେ ସ୍ଥାନିତ ହୋଇଥିବା ବେଳେ ଏହା ପଛକୁ ତାମିଲନାଡୁ, ମଧ୍ୟ ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରହିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ବୋର୍ଡ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ନୋଟିସ, ନିର୍ଦେଶବଳୀଗୁଡିକ ସର୍ବସାଧାରଣଙ୍କ ଗୋଚର ପାଇଁ ବୋର୍ଡର ୱେବସାଇଟରେ ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ ଡାଃ କେ. ମୁରୁଗାସ୍ଵାମୀ ଏ ସମ୍ବନ୍ଧରେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏକ ବୈଠକରେ ଅବଗତ କରାଇଛନ୍ତି।
ଶିଳ୍ପ ସଂସ୍ଥା ଗୁଡିକ ସହିତ ସମ୍ପୃକ୍ତ ଜଳ ଆଇନ, ପରିବେଶ ସୁରକ୍ଷା କାର୍ଯ୍ୟାନୁଷ୍ଠାନ ଆଇନ, ଜନ ଶୁଣାଣି, ନିର୍ଦେଶ ଏବଂ ବନ୍ଦ ନୋଟିସ ଜାରି କରିବା ଇତ୍ୟାଦି ୧୭ ଗୋଟି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପବ୍ଲିକ ଡୋମେନ ବା ସର୍ବ ସାଧାରଙ୍କ ଗୋଚରାର୍ଥେ ପ୍ରକାଶ କରି ଆସୁଛି। ଏଠାରେ ସୂଚନା ଯୋଗ୍ୟ ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଗତ କିଛି ବର୍ଷ ହେଲା ବିଭିନ୍ନ ସେବାକୁ ଅନଲାଇନ ମାଧ୍ୟମରେ ପ୍ରଦାନ କରି ଆସୁଛି। ବାୟୋ-ମେଡିକାଲ ବର୍ଜ୍ୟ ପରିଚାଳନା, ବିଭିନ୍ନ ଦେୟ ପ୍ରଦାନ ବ୍ୟବସ୍ଥ୍ୟ।, ବିପଦଜ୍ଜନକ ବର୍ଜ୍ୟ ପରିଚାଳନା, କଠିନ ବସ୍ତୁ ବର୍ଜ୍ୟ ପରିଚାଳନା, ଇ-ୱେଷ୍ଟ ପରିଚନାଳନା, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଇତ୍ୟାଦି କାର୍ଯ୍ୟ ପାଇଁ ଅନଲାଇନ ମାଧ୍ୟମରେ ସେବା ପ୍ରଦାନ କରୁଛି। ଏଥି ସହିତ ବୋର୍ଡ ପକ୍ଷରୁ ମୋବାଇଲ ଆପ ଯୋଗେ ଜନସାଧାରଙ୍କ ଦ୍ଵାରା ଉଲ୍ଲିଖିତ ହୋଇଥିବା ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି।












Click it and Unblock the Notifications