ମୁଖ୍ୟମନ୍ତ୍ରୀ ପଚାରନ୍ତି, 'ଆପଣମାନେ ଖୁସି ତ?': ଏବେ ଖୁସି ରାଜ୍ୟ ତାଲିକାର ଓଡ଼ିଶା ଆଗରେ
Odisha Happiest State: ଦେଶର ଖୁସି ରାଜ୍ୟ ତାଲିକାରେ ଓଡିଶା ଆଗରେ । 'The WEEK' ଦ୍ବାରା ପ୍ରକାଶିତ ହାପି ପ୍ଲସ୍ ସର୍ଭେ ତାଲିକାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଗତ ବର୍ଷ ୧୬ତମ ସ୍ଥାନରେ ଥିଲା ଓଡ଼ିଶା ।
ତେବେ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ମୋଟ ୭ଟି କାଟୋଗରୀକୁ ନେଇ ଏହି ସର୍ଭେ କରାଯାଇଥିଲା । ସାମଗ୍ରିକ ମାନ୍ୟତା, ପସନ୍ଦ ସ୍ବାଧୀନତା, ଦୁର୍ନୀତିର ଧାରଣା, ମୁଣ୍ଡପିଛା ନିଟ୍ ରାଜ୍ୟ ଘରୋଇ ଉତ୍ପାଦ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ, ସାକ୍ଷରତା ହାର, ଜନ୍ମ ସମୟରେ ସୁସ୍ଥ ଆୟୁ, ବହୁମୁଖୀ ଦାରିଦ୍ର ସୂଚକାଙ୍କ ଏବଂ ସ୍ୱାସ୍ଥ୍ୟ ସୂଚକାଙ୍କ ପରି ପାରାମିଟର ଉପରେ ଖୁସି ରାଜ୍ୟ ଆଧାରିତ ।

ତେବେ ହିମାଚଳ ପ୍ରଦେଶ ଦେଶ ଖୁସି ରାଜ୍ୟର ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ବିତୀୟ, ଓଡ଼ିଶା ତୃତୀୟ, କେରଳ ଚତୁର୍ଥ ସ୍ଥାନ ଅଧିକାର କରିଛି। ଉତ୍ତରପ୍ରଦେଶ ୨୦ତମ ସ୍ଥାନରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଟେଗୋରୀରେ ଲାକ୍ଷାଦ୍ୱୀପ ୮ରୁ ଉଠି ଏକ ନମ୍ବର ସ୍ଥାନ ଦଖଲ କରିବାରେ ସଫଳ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅର୍ଥନୈତିକ, ସାମାଜିକ, ସ୍ୱାସ୍ଥ୍ୟ କିମ୍ବା ଶିକ୍ଷା ହେଉ ଓଡିଶା ସବୁ କ୍ଷେତ୍ରରେ ବହୁତ ଅଗ୍ରଗତି କରିଛି। '୫-ଟି' ଉପକ୍ରମରେ ବିଭିନ୍ନ ପଦକ୍ଷେପ ଦ୍ବାରା ରାଜ୍ୟ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଅତିକ୍ରମ କରୁଛି। ଏହା ଲୋକମାନଙ୍କୁ ଉତ୍ତମ ଶାସନ ଏବଂ କଲ୍ୟାଣମୂଳକ କାର୍ଯ୍ୟକଳାପ ପ୍ରଦାନ କରୁଛି । ଯାହା ରାଜ୍ୟକୁ ଦେଶର ସର୍ବୋଚ୍ଚ ସୁଖମୟ କରିବାର ମୁଖ୍ୟ କାରଣ ପାଲଟିଛି ।
ଉଲ୍ଲେଖଯୋଗ୍ୟ, ବିଶ୍ୱ ଖୁସି ରିପୋର୍ଟ ୨୦୨୩ରେ ଭାରତର ସ୍ଥିତି ୧୩୬ ରୁ ୧୨୬କୁ ଉନ୍ନତ ହୋଇଛି। ସେହିପରି ନେପାଳ, ଚୀନ୍ ଏବଂ ବାଂଲାଦେଶ ପରି ପଡୋଶୀ ଦେଶ ପଛରେ ରହିଛି ।












Click it and Unblock the Notifications