ଓଡ଼ିଶା ଭାରତର ବେଷ୍ଟ ଇକୋ ଡେଷ୍ଟିନେସନ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳ । ସାରା ଦେଶରେ ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ଇକୋ ଡେଷ୍ଟିନେସନର ମାନ୍ୟତା ।
ଭୁବନେଶ୍ବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳ । ସାରା ଦେଶରେ ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ଇକୋ ଡେଷ୍ଟିନେସନର ମାନ୍ୟତା । 'ଭ୍ରମଣ ଓ ଅବକାଶ- ଭାରତ ଓ ଦକ୍ଷିଣ ଏସିଆ' ଅନ୍ତର୍ଜାତୀୟ ମାଗାଜିନର ୧୧ତମ ସଂସ୍କରଣରେ ପାଠକଙ୍କ ପସନ୍ଦକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଇକୋ ରିଟ୍ରିଟଠାରୁ ଆରମ୍ଭ କରି ସବୁଜିମା ଓ ପାହାଡ଼ ପର୍ବତରେ ଭରପୂର ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଅନ୍ତର୍ଜାତୀୟ ସ୍ତରରେ ସମସଙ୍କର ଦୃଷ୍ଟି ଆକର୍ଷଣ କରୁଛି ।

ଜାତୀୟସ୍ତରରେ ଓଡ଼ିଶାକୁ ଅଧିକାଂଶ ବ୍ଲଗର ଓ ପର୍ଯ୍ୟଟନ ପତ୍ରିକା ପଢୁଥିବା ପାଠକମାନେ ଇକୋ-ଡେଷ୍ଟିନେସନ ଭାବେ ବାଛିଛନ୍ତି । ପତ୍ରିକାରେ ଚିଲିକା ହ୍ରଦ, ଭିତରକନିକା, ନନ୍ଦନକାନନ ଚିଡ଼ିଆଖାନାକୁ ସ୍ଥାନିତ କରାଯାଇଥିବା ବେଳେ, ରାଜ୍ୟ ସରକାର ଆରମ୍ଭ କରିଥିବା ଇକୋ-ରିଟ୍ରିଟ ସମ୍ପର୍କରେ ଉଲ୍ଲେଖ ରହିଛି । ୧୩ଟି ନୂଆ ଇକୋ-ଡେଷ୍ଟିନେସନ ଭାବରେ ଉଲ୍ଲେଖ ରହିଛି । ଯେଉଁଥିରେ ଦେଉମାଳି, କୋଟିଆ, କଳାହାଣ୍ଡିର ଜାକମ, ଶିମିଳିପାଳର ନଓ୍ବାନ, କଳିଙ୍ଗ ଘାଟି, ଅସ୍ତରଙ୍ଗ ବେଳାଭୂମୀ, ରାଇରଙ୍ଗପୁରର ଖଡ଼ାଖାଇ ଡ୍ୟାମ, ମହେନ୍ଦ୍ରଗିରି, କାଞ୍ଜିପାଣି ଘାଟି, ରାଣୀ ଡୁଡୁମା, କଟକର ଧଲତନଗର ଓ ନୟାଗଡ଼ର ଭଣ୍ଡାର ପାହାଡ଼ ବିଷୟରେ ଉଲ୍ଲେଖ କରାଯାଇଛି ।
ସମ୍ପ୍ରତି କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ି, ହୀରାକୁଦ, କୋରାପୁଟ ଓ ସୋନାପୁରରେ ରହିଛି ଇକୋ ରିଟ୍ରିଟ୍ର ସୁବିଧା। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଇକୋ ରିଟ୍ରିଟ୍ ପ୍ରତି ଅତ୍ୟଧିକ ଚାହିଦା ରହୁଥିବା ହେତୁ ରାଜ୍ୟ ସରକାର ସାନି ୭ଟି ଇକୋ ରିଟ୍ରିଟ୍ ନିର୍ମାଣ କରୁଛନ୍ତି । ଅବକାଶ ସମୟ ଅତିବାହିତ କରିବା ପାଇଁ ଇକୋ ରିଟ୍ରିଟ୍ ଭଳି ପର୍ଯ୍ୟଟନ ସୁବିଧାକୁ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଉଛି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ମାତ୍ରାଧିକ ଭାବେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଶୀତ ଦିନରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସରୁ ରାଜ୍ୟର ସମ୍ପୃକ୍ତ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ର ସୁବିଧା ଉପଲବ୍ଧ ହେବ। ତେବେ ଇକୋ ରିଟ୍ରିଟ୍ କ୍ୟାମ୍ପ୍ ଆରମ୍ଭ ହେବା ପୂର୍ବରୁ ଅନ୍ତର୍ଜାତୀୟ ପତିକ୍ରାରେ ଇକୋ ରିଟ୍ରିଟ୍ର ପ୍ରଶଂସା ଓଡ଼ିଶାର ପର୍ଯ୍ୟଟନ ଅର୍ଥନୀତିକୁ ଆହୁରି ମଜବୁତ୍ କରିବ ବୋଲି ପର୍ଯ୍ୟଟନ ବିଭାଗ କହିଛି ।
ତେବେ ଓଡ଼ିଶାର ଇକୋ ଡେଷ୍ଟିନେସନ୍ଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତା ହେବା ରାଜ୍ୟ ପାଇଁ ଗୌରବର ବିଷୟ। ଇକୋ ରିଟ୍ରିଟ୍ର ସଫଳତାକୁ ଧ୍ୟାନ ଦେଇ ଚଳିତ ବର୍ଷ ମଧ୍ୟ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ର ବ୍ୟବସ୍ଥା ହୋଇଛି।












Click it and Unblock the Notifications