ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡିଶା ଶୀର୍ଷରେ, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ନମ୍ବର ୱାନ। ଖାଦ୍ୟ ଓ ପୋଷଣ ସୁରକ୍ଷା କ୍ଷେତ୍ରେ ଓଡ଼ିଶା ସାରା ଦେଶରେ ଶୀର୍ଷ ସ୍ଥାନରେ ରହିଛି । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ।

ଭୁବନେଶ୍ୱର: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସିତ ହେବା ପରେ ଖାଦ୍ୟ ନିରାପତ୍ତାରେ ଓଡ଼ିଶାକୁ ମିଳିଛି ଆଉ ଏକ ସଫଳତା । ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ନମ୍ବର ୱାନ। ଖାଦ୍ୟ ଓ ପୋଷଣ ସୁରକ୍ଷା କ୍ଷେତ୍ରେ ଓଡ଼ିଶା ସାରା ଦେଶରେ ଶୀର୍ଷ ସ୍ଥାନରେ ରହିଛି । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ।

State Ranking Index

ହିତାଧିକାରୀ ଚିହ୍ନଟ, ତୃଣମୂଳ ସ୍ତରରେ ଖାଦ୍ୟ ପହଞ୍ଚାଇବା ଏବଂ ଖାଦ୍ୟର ଗୁଣାତ୍ମକମାନକୁ ଦେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏନଏଫଏସଏର ଏହି ରାଙ୍କିଂରେ ଓଡିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି ।

ସେ ଟ୍ୱିଟ କରି କହିଛନ୍ତି, ଖାଦ୍ୟ ଏବଂ ପୋଷଣ ସୁରକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କନଫରେନ୍ସକୁ ସମ୍ବୋଧିତ କଲି ଏବଂ ପ୍ରଥମ ଥର ଏନଏଫଏସଏ ଆଧାରିତ ଷ୍ଟେଟ ରାଙ୍କିଂ ଜାରି କରିଛି, ଯେଉଁଥିରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ସେହିପରି ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ସମସ୍ତ ରାଜ୍ୟକୁ ଦାୟିତ୍ୱର ସହ ଜନହିତକାରୀ ଯୋଜନା ଉପରେ କାମ କରିବା ପାଇଁ ପ୍ରୋତ୍ସାହିତ କଲି ।

ବର୍ତ୍ତମାନ ଯେଉଁ ର‍୍ୟାଙ୍କିଂ ପ୍ରକାଶିତ ହୋଇଛି, ତାହା ୩ଟି ମାନଦଣ୍ଡ ଉପରେ ଆଧାରିତ। ପ୍ରଥମ ସଠିକ୍‌ ହିତାଧିକାରୀଙ୍କୁ ଚିହ୍ନଟ। ଦ୍ୱିତୀୟ କେଉଁଭଳି ଖାଦ୍ୟ ଆବଣ୍ଟନ କରାଯାଉଛି। ଜିଲ୍ଲାସ୍ତରରୁ ବ୍ଲକସ୍ତର ଦେଇ ସୁଲଭମୂଲ୍ୟ ଦୋକାନରେ ଖାଦ୍ୟ କେମିତି ପହଞ୍ଚୁଛି। ତୃତୀୟ ଆବଣ୍ଟିତ ହେଉଥିବା ଖାଦ୍ୟର ମାନ କଣ ରହିଛି। ଏ ସବୁର ମିଶ୍ରଣରେ ପ୍ରସ୍ତୁତ ର‍୍ୟାକିଂରେ ଓଡ଼ିଶା ନମ୍ବର ୱାନ।

ଓଡିଶାର ଏହି ସଫଳତା ପାଇଁ ସବୁଆଡୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦୁଇ ଦଶନ୍ଧି ତଳେ ଓଡିଶା ଗରିବ ରାଜ୍ୟ ତାଲିକାରେ ଶୀର୍ଷରେ ରହୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+