ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ
Odisha Weather News: ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ହେଲା ଆଜିଠୁ ବର୍ଷାର ପରିମାଣ କମିବା ନେଇ ସୂଚନା ରହିଛି । ହେଲେ ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୫ଟି ଜିଲ୍ଲା ତଥା ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାଲଗିରି ଏବଂ କେନ୍ଦୁଝରକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୩ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ୧୪ ତାରିଖଠୁ ପୁଣି ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଲଗାଣ ବର୍ଷା ପାଇଁ ହୀରାକୁଦ ଡ୍ୟାମର ବନ୍ୟା ଜଳରେ ପୁରୀ ଜିଲ୍ଲା କଣାସ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଦୋକନ୍ଦା, ବଡ଼ାଶ ନାନକେରା, ଗଡ଼ସାନପୁଟ, ଗଡ଼ ବଡ଼ପୁଟ, ଗଡ଼ିସୋଗା ଆଜି ନଦୀ କୁଳିଆ ଚାଷ ଜମି ଜଳମଗ୍ନ ହୋଇଛି ।












Click it and Unblock the Notifications