ତୁହାକୁ ତୁହା ବର୍ଷାରେ ବେହାଲ ରାଜଧାନୀ , ପାଣିରେ ବୁଡ଼ିଲା 'ମୋ ବସ୍ '
ODISHA RAIN UPDATE :ତୁହାକୁ ତୁହା ବର୍ଷାରେ ବେହାଲ ରାଜଧାନୀ , ପାଣିରେ ବୁଡ଼ିଲା 'ମୋ ବସ୍ '
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର ,କଟକ ,ପୁରୀ ସମେତ ବିଭିନ୍ନ ସ୍ଥାନରେ ଢାଳୁଛି ବର୍ଷା । ତୁହାକୁ ତୁହା ବର୍ଷାରେ ବେହାଲ ରାଜଧାନୀ । ଇସ୍କନ ସହ ସହରର ବିଭିନ୍ନ ସ୍ଥାନରେ ଏବେ ଜମିରହିଛି ପାଣି । ଲଗାଣ ବର୍ଷା ସାଙ୍ଗକୁ ପାଣି ଜମି ରହିବାରୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ମଧ୍ୟ ରହିଛି ।

ଅନ୍ୟପଟେ ପ୍ରବଳ ବର୍ଷା ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ ୫ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ପାଣିରେ ବୁଡ଼ିଲା 'ମୋ ବସ୍ ' । ଜଟଣୀରୁ ଭୁବନେଶ୍ୱର ଆସୁଥିବା ବେଳେ ପାଣିରେ ବୁଡ଼ିଥିଲା ଯାତ୍ରୀବାହି ବସ୍ । ବସ୍ କର୍ମଚାରୀ ଓ ଯାତ୍ରୀ ରାସ୍ତା ଉପରେ ପ୍ରବାହିତ ହେଉଥିବା ପାଣିରେ ପହଁରି ପହଁରି ଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସେପଟେ ୟୁନିଟ୍-୮ ଡିଏଭି ସ୍କୁଲ ସାମ୍ନାରେ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା ।












Click it and Unblock the Notifications