ପାଣିପାଗ ଖବର: ବର୍ଷାରେ ଭିଜିପାରେ ଦଶହରା, ମାସ ଶେଷରେ ଆସିପାରେ ଲଘୁଚାପ

ଭୁବନେଶ୍ୱର : ବର୍ଷାରେ ଭିଜିପାରେ ଦଶହରା। ସମ୍ଭାବ୍ୟ ଲଘୁଚାପଟି ୨୪ କିମ୍ବା ୨୫ ତାରିଖ ବେଳକୁ ଉପକୂଳ ନିକଟତର ହେବ ବୋଲି ଜିଏଫ୍ଏସ୍ ମଡେଲ୍ ସୂଚନା ଦେଉଛି । ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି ।

ଟ୍ରପିକାଲ ଟିଡଟିକ୍ସ ଡଟକମର ଉପସ୍ଥାପିତ ଜିଏଫଏସ୍ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଅଧିନ ଘନିଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ ।

RAIN

ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପର ରୂପରେଖ ଓ ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ବିହାର ଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପଲାଇନ୍ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୮ ବେଳକୁ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୧୯ରେ ଉତ୍ତର ଓଡ଼ିଶା ସମେତ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡର କିଛି ଅଞ୍ଚଳରେ ବର୍ଷା ହେବ । ସେପଟେ ଶରତ ଆରମ୍ଭ ହୋଇଥିଲେ ରାଜ୍ୟରେ ଗରମ ଗୁଳୁଗୁଳି ଜାରି ରହିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+