ଚମକୁଛି ବିଜୁଳି, ଭୟଙ୍କର ବଜ୍ରପାତ ଆଉ କାଚୁଛି ବର୍ଷା: ଟ୍ୱିନ୍ ସିଟିକୁ ୩ ଘଣ୍ଟା ପାଇଁ ଆଲର୍ଟ

ଟ୍ୱିନ ସିଟିକୁ ଆଲର୍ଟ । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଟ୍ୱିନ୍ ସିଟିକୁ ଆଲର୍ଟ । ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ସତର୍କତା ଜାରି କରାଯାଇଛି ।

ଆଗାମୀ ତିନି ଘଣ୍ଟା ପାଇଁ ଭୁବନେଶ୍ୱର ଓ କଟକ ସହରକୁ ସତର୍କ ସୂଚନା ଦିଆଯାଇଛି । କଟକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ଛେଚିବ । ତେଣୁ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସେହିପରି ବର୍ତ୍ତମାନ ସମୟରେ ରାଜଧାନୀ ଓ କଟକର ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଜଗରିଖି ଲୋକଙ୍କୁ ଯିବାଆସିବା କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

RAIN

୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୩ ଏବଂ ୪ ରେ ବିସ୍ତୃତି ବର୍ଷା ହେବ ।

ଘଡଘଡି ସହ ପ୍ରବଳ ବର୍ଷା ସତର୍କତା । ଆଗାମୀ ୩ ଘଣ୍ଟା ଯାଏଁ ଟ୍ୱିନ ସିଟିକୁ ପ୍ରବଳ ବର୍ଷା ସହ ଘଡ଼ଘଡି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ, ଦ୍ବିତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+