ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ : ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ, ଜନଜୀବନ ଅସ୍ତବ୍ୟସ୍ତ
ବୁଡ଼ିଲା, ଥରିଲା ରାଜଧାନୀ । ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ । ଇସ୍କନ ସାମ୍ନାରେ ଫସିଲା କାର୍ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି । ସେପଟେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ ।
କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା । ପ୍ରାୟ ୨ ଘଣ୍ଟା କାଳ ବର୍ଷା ଛେଚିବା ପରେ ବିଭିନ୍ନ ସ୍ଥାନରେ ପାଣି ଘେରି ହୋଇ ରହିଛି । ପାଣି ଜମି ରହିବା ଯୋଗୁଁ ଟୁଇନ୍ ସିଟିରେ ଟ୍ରାଫିକ୍ ଜାମ୍ ରହିଛି ।
ରାଜଧାନୀ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା ହୋଇଛି । ୭୧ ମିମି ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ପ୍ରବଳ ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ ଭୁବନେଶ୍ୱର । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସବୁଆଡେ ଖାଲି ପାଣି । ତାହା ସହ ବଜ୍ରପାତ ଦେଖିବାକୁ ମିଳିଛି ।
ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ହେତୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ପାଣି ଜମିଥିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଛି ଗାଡ଼ିମଟର । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଇସ୍କନ୍ ମନ୍ଦିର ସାମ୍ନାରେ ମଧ୍ୟ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ସବୁଦିନ ଏହି ସବୁ ଅସୁବିଧା ହେଉଥିଲେ ବି ଏହାର କିଛି ସମାଧାନ ବାହାରି ପାରୁନାହିଁ ।












Click it and Unblock the Notifications