ପାଣିପାଗ ଖବର: ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଭିଜିବ ଟ୍ବିନ୍‌ସିଟି

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଧୀରେ ଧୀରେ ଦୁର୍ବଳ ହେଉଛି ଲଘୁଚାପ । ଆଜି ବି ଭିଜିବ ଟ୍ବିନ୍‌ସିଟି । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ସର୍ତକତା ଜାରି କଲା ପାଣିପାଗ ବିଭାଗ ।

ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଢେଙ୍କାନାଳ, ବାରିପଦା, କଟକ ଭଳି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି ।

ଏହି ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଗତ ୬ ଦିନରେ ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଛି। ୧ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୭୦.୪ ମିମି ତୁଳନାରେ ୨୦% ଅଧିକ ।

RAIN

କଟକରେ ୨୮.୬, ବାରିପଦାରେ ୨୬.୮, ଜଗତସିଂହପୁରରେ ୨୦.୪, ଜଗତସିଂହପୁରରେ ୨୦.୪, ବଲାଙ୍ଗୀରରେ ୧୯ ବର୍ଷା ହୋଇଛି । ସେହିଭଳି ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୯୫.୬, ପାରଳାଖେମୁଣ୍ଡିରେ ୮୬.୨, କୋରାପୁଟରେ ୭୩, ମାଲକାନଗିରିରେ ୬୦.୬, ହୀରାକୁଦରେ ୪୯.୬, ରାୟଗଡ଼ାରେ ୪୭.୨ ଓ ବାରିପଦାରେ ୩୧.୬ମିମି ବର୍ଷା ହୋଇଛି ।

ତେବେ ୧୨ ତାରିଖରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।v

ତେବେ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ହେଲେ ବି ଗରମ ଗୁଳୁଗୁଳି ଜାରି ରହିବ । ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+