ସୃଷ୍ଟି ହେଲା ଲଘୁଚାପ: ୧୫ ତାରିଖରୁ ବଦଳିବ ପାଗ

Odisha Weather News: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୫ ତାରିଖରୁ ବଦଳିବ ପାଗ । ୧୬ ତାରିଖ ବେଳକୁ ଆହୁରି ଘନୀଭୂଚ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଗତିକରିବ । ଗତକାଲିଠୁ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୬ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲା ଗୁ଼ଡ଼ୁକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ୍ ସେହିପିର ଏହି ଜିଲ୍ଲାର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଗତକାଲି ଗଞ୍ଜାମ୍, ଗଜପତି, ରାୟଗଡ଼ା, ପୁରୀ, ଜଗତସିଂହପୁର, ଜିଲ୍ଲାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷାର ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Odisha_ Weather

ସେହିପିର ଶୁକ୍ରବାର ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଧୁଝର, କଟକ, ଅନୁଗୁଳ ଏବଂ ପୁରୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ରାଜ୍ୟର ଶୀତ ଅନୁଭୂତ ହେଉଛି । ସନ୍ଧ୍ୟା ଓ ସକାଳ ସମୟରେ ଶୀତ ହେଉଛି । ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି । ସୋମବାର ଦିନ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୮ଡିଗ୍ରୀ, ନବରଙ୍ଗପୁରରେ ୧୩.୬, ଫୁଲବାଣୀରେ ୧୫.୫, ସୁନ୍ଦରଗଡ଼ରେ ୧୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+