ବଢିଲା ଆଗୁଆ ନିର୍ବାଚନ ଆଶଙ୍କା, ସରକାରୀ କର୍ମଚାରୀଙ୍କ ବଦଳି ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜସ୍ବ ବିଭାଗ
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଏକ ବର୍ଷ ବାକି ଥିବାବେଳେ ଆଗୁଆ ପ୍ରସ୍ତତି ଆରମ୍ଭ କରିଛି ଓଡିଶା । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବା ନେଇ ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖିଛି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ।

ବିଶେଷ କରି ଯେଉଁମାନେ ବର୍ତ୍ତମାନର ପୋଷ୍ଟିଂରେ ତିନି ବର୍ଷ ପୂରଣ କରିଛନ୍ତି, ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ଟି ମାଝୀ । ଆସନ୍ତା ମେ' ୨୯ ତାରିଖ ସୁଦ୍ଧା ଏହି ତାଲିକା ପ୍ରସ୍ତୁତି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଓଡ଼ିଶା ପ୍ରଶାସନିକ ସେବା/ଓଡ଼ିଶା ରାଜସ୍ବ ସେବା, ଗ୍ରୁପ- ବି ଅଫିସରଙ୍କ ପାଇଁ ନିୟମ ଲାଗୁ ହେବ ବୋଲି ଚିଠିରେ କୁହାଯାଇଛି ।
ସେହିପରି ଯେଉଁ କର୍ମଚାରୀ ମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେନେଇ ତଥ୍ୟ ମାଗିଛନ୍ତି ବିଭାଗୀୟ ସଚିବ ।
ସୂଚନାଥାଉ କି, ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ବହୁ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଆଗାମୀ କିଛି ମାସ ପରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଓଡିଶା ସରକାର ମଧ୍ୟ ଏହି ସମୟରେ ଆଗୁଆ ନିର୍ବାଚନ ନେଇ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚାରେ ଆଜିର ରାଜସ୍ୱ ବିଭାଗର ଚିଠି ଖୋରାଗ୍ ଯୋଗାଇଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications