ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ: ଚାଲିଲା ୬୮ ଅଙ୍କ, ୧୪୩୨ ସାଲ

ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି । ରବିବାର ସୁନିଆଁ ଅବସରରେ ୬୮ ଅଙ୍କ ଏବଂ ୧୪୩୨ ସାଲ ଆରମ୍ଭ ହୋଇଛି । ସେଥିପାଇଁ ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା।

ଶ୍ରୀନଅରର ବିଭିନ୍ନ ସ୍ଥାନରେ ଝୋଟି ପଡିଥିଲା। ପ୍ରାତଃରୁ ରାଜଗୁରୁମାନେ ଶୁଭଖୁଣ୍ଟି ଅନୁକୂଳ କରି ଯଥାବିଧି ଦେବାର୍ଚ୍ଚନା ନୀତି ସମ୍ପନ୍ନ କରିଥିଲେ। ଏହି ନୀତିରେ ଗଜପତି ମହାରାଜା କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ସନ୍ଧ୍ୟାରେ ପଞ୍ଚଦେବତା ପୂଜା, ରାମାଭିଷେକ ପୂଜା ହୋଇଥିଲା। ଏହାପରେ ମଙ୍ଗଳାର୍ପଣ ନୀତି ହୋଇ ଅନ୍ୟାନ୍ୟ ବିଧି ସମ୍ପନ୍ନ କରାଯାଇଥିଲା। ଏକ ସୁନା ମୋହରରେ ୬୮ ଅଙ୍କ କଟାଯାଇ ଘୋଷଣା କରାଯାଇଥିଲା।

ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ପରେ ଗଜପତି ମହାରାଜା ଏହାକୁ ଘୋଷଣା କରିଥିଲେ। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପ୍ରଜା ଏବଂ କର୍ମଚାରୀମାନେ ଶୁଭେଚ୍ଛା ଜଣାଇବା ସହ ସୁନିଆଁ ଭେଟି ଦେଇଥିଲେ।

odisha puri gajapati

ସୁନିଆଁ ପରମ୍ପରା ସମ୍ପର୍କରେ ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ସୁନିଆଁରେ ଗଜପତି ମହାରାଜାଙ୍କ ନବବର୍ଷ ଆରମ୍ଭ ହୋଇଥାଏ। ଗଜପତି ମହାରାଜାଙ୍କ ୬୮ ଅଙ୍କ ପ୍ରଚଳିତ ହେଲା ଏବଂ ୧୪୩୨ ସାଲ ପ୍ରବେଶ କଲା। ଅଙ୍କ କଟାର ପରମ୍ପରା ଅଦ୍ୟାବଧି ପ୍ରଚଳିତ ରହିଛି ବୋଲି ରାଜଗୁରୁ କହିଛନ୍ତି।

ସୂଚନାଥାଉ କି, ସୁନିଆଁକୁ ଗଜପତି ମହାରାଜାଙ୍କ ନବବର୍ଷ ବୋଲି ଧରାଯାଏ। ଓଡ଼ିଆଙ୍କ ପାଇଁ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ। ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ। ଏହିଦିନ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସ ଗୋଟିଏ ଲେଖାଏ ନଡ଼ିଆ ଗଜପତିଙ୍କୁ ଭେଟି ଦେଇ ଆଶୀର୍ବାଦ କରିଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+