For Quick Alerts
Turn On Notification  
For Daily Alerts
Oneindia App Download

'ସ୍କୁଲ ଫି' କେତେ କମାଇବ ସ୍ପଷ୍ଟ କର' : ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର ବେସରକାରୀ ସ୍କୁଲ ଫି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

|

କଟକ : ରାଜ୍ୟର ବେସରକାରୀ ସ୍କୁଲ ଫି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ରାଜ୍ୟର ବେସରକାରୀ ସ୍କୁଲ ଫି କେତେ କମାଇବେ ଏନେଇ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସତ୍ୟପାଠ ପରେ ଆସନ୍ତା ଡିସେମ୍ବର ଦୁଇ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣୀ ହେବ । ଏଠାରେ ସୂଚନାଥାଉକି, ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଦାୟିତ୍ୱ ଛାଡିଛନ୍ତି । ଅପରପକ୍ଷରେ କରୋନା ମହାମାରୀ ଚାଲିଥିବା ସମୟରେ ରାଜ୍ୟ ସରକାର ଚଳିତ ମାସ ଡିସେମ୍ବର 31 ଯାଏଁ ସ୍କୁଲ ବନ୍ଦ କରିବା ନିଷ୍ପତି ନେଇଛନ୍ତି ।

ଓଡ଼ିଶା ହାଇକୋର୍ଟ

ଗୋଟିଏ ପଟେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଥିବାବେଳେ ଶିକ୍ଷକମାନେ ସ୍କୁଲ ଯାଉ ନାହାନ୍ତି । ଏଭଳିସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କ ଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଅଭିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ସେମାନେ କାହିଁକି ମାସିକ ଦେୟ ଦେବ । ଅପରପକ୍ଷରେ ବେସାରକାରୀ ସ୍କୁଲ ସଂଘ ଏହାର ଜବାବ୍ ଦେଇଥିଲା । ପିଲା ସ୍କୁଲ ନ ଆସିଲେ ମଧ୍ୟ କର୍ମଚାରୀମାନେ ଦରମା ନେଉଛନ୍ତି । ଆନୁସଙ୍ଗିକ ଖର୍ଚ୍ଚ ମଧ୍ୟ ବନ୍ଦ ହୋଇ ନାହିଁ । ଏପରିକି ପିଲାମାନଙ୍କୁ ଅନଲାଇନରେ ଶିକ୍ଷାଦାନ ଦିଆଯାଉଛି । ତେଣୁ ଅଭିଭାବକମାନେ ମାସିକ ଦେୟ ଦେବାକୁ ବାଧ୍ୟ । ଶେଷରେ ଏହି ପ୍ରସଙ୍ଗ ହାଇକୋର୍ଟ ଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Private School Fee Case High Court Ordered to Submit Report
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X