ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ
ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ସଂଘର ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଫଳରେ ପୂର୍ବପରି ବସ୍ ସେବା ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ବସ୍ ଚାଲିପାରିବ ସେଥିପାଇଁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ । ପରେ ଏହାର ନାମକରଣ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯାଇଥିଲା । ପ୍ରଥମେ ଗାଁରୁ ବ୍ଲକ୍ ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରୁଥିଲା ।

ଏବେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ଗାଁରୁ ଜିଲ୍ଲା ମୁଖ୍ୟାଳୟକୁ ଚଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଘରୋଇ ବସ୍ ମାଲିକମାନେ କ୍ଷତିଗ୍ରସ୍ତ ହେବେ ବୋଲି ରାଜ୍ୟ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଅଭିଯୋଗ କରାଯିବା ସହ ଏହାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା । ଅପରପକ୍ଷରେ କିଛି ଜିଲ୍ଲାରେ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟକୁ ସରକାରୀ ବସ୍ ଚାଲିବା ପାଇଁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ୨୪ତାରିଖରୁ ବସ୍ ଧର୍ମଘଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ଏହି ଘୋଷଣା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟି ଏ) ପକ୍ଷରୁ ଗୁରୁବାର ବସ୍ ସଂଘ ସହ ଏକ ବୈଠକ ବସିଥିଲା । ଏଥିରେ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ସରକାରୀ ବସ୍ ରୁଟ୍ ସ୍ଥିର ପାଇଁ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ ପାଇଁ କୁହାଯାଇଥିଲା । କେଉଁସବୁ ରୁଟ୍ରେ ମୁଖ୍ୟମନ୍ତ୍ରୀ ବସ୍ ଚାଲିଲେ ଘରୋଇ ବସ୍ କ୍ଷତିଗ୍ରସ୍ତ ହେବ ନାହିଁ ସେନେଇ ସେହି କମିଟି ନିଷ୍ପତ୍ତି ନେବ ବୋଲି ସଂଘକୁ କୁହାଯାଇଥିଲା ।
ଏହି ପ୍ରସ୍ତାବ ସଂପର୍କରେ ଆଲୋଚନା ପାଇଁ ଶୁକ୍ରବାର ବସ୍ ସଂଘର ଏକ ବୈଠକ ବସିଥିଲା । ବୈଠକରେ ଏସ୍ଟିଏ ନିଷ୍ପତ୍ତିକୁ ସମ୍ମାନ ଦେଇ ବସ୍ ସଂଘ ଏହି ଧର୍ମଘଟରୁ ଓହରି ଯାଉଥିବା ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି ସଂକ୍ରାନ୍ତରେ ପରିବହନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଏସ୍ଟିଏ କମିସନରଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications