ଡିସେମ୍ୱର ୨୦ ଯାଏଁ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ, ଶୀଘ୍ର ନିଷ୍ପତ୍ତି ନ ନେଲେ ପୁଣି ରାସ୍ତାକୁ ଓହ୍ଲାଇବେ
ଗତ ତିନି ଦିନ ଧରି ରାଜଧାନୀରେ ରଣହୁଙ୍କାର ଦେଇଥିବା ଶିକ୍ଷକମାନେ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଡିସେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ଆଜି ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ଶିକ୍ଷକ ମହାସଂଘ ଏହିଭଳି ନି
ଭୁବନେଶ୍ୱର: ଗତ ତିନି ଦିନ ଧରି ରାଜଧାନୀରେ ରଣହୁଙ୍କାର ଦେଇଥିବା ଶିକ୍ଷକମାନେ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଡିସେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ଆଜି ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ଶିକ୍ଷକ ମହାସଂଘ ଏହିଭଳି ନିଷ୍ପତ୍ତି ନେଇଛି। ତେବେ ଶିକ୍ଷକମାନଙ୍କ ତିନି ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟସୀମା ଅନୁଯାୟୀ ୨୦ ତାରିଖ ମଧ୍ୟରେ ନିଷ୍ପତ୍ତି ନିଆ ନଗଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ ଚେତାବନୀ ଦେଇଛି ।

ସଂଘ କର୍ମକର୍ତ୍ତାଙ୍କ କହିବା ଅନୁସାରେ ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ସହିତ ଶିକ୍ଷକମାନେ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଆଜି ପୁଣି ଥରେ ଆନ୍ଦୋଳନରତ ଶିକ୍ଷକମାନେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଦାବି ସମାଧାନ ପାଇଁ ମୁଖ୍ୟଶାସନ ସଚିବ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଯେଉଁ କମିଟିର ଅଧ୍ୟକ୍ଷ ଅଛନ୍ତି ମୁଖ୍ୟଶାସନ ସଚିବ। ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ସଦସ୍ୟ ରହିବେ। ଡିସେମ୍ୱର ୧୬ରୁ ୨୦ ତାରିଖ ଭିତରେ ଦାବି ସମାଧାନ କରିବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ରବିବାର ଦିନ ଠାରୁ ଶିକ୍ଷକମାନେ ୩ଦଫା ଦାବି ପୂରଣ ନେଇ ଜିଦରେ ଅଟଳ ଅଟଳ ଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବେ ନାହିଁ କି ପିଲାଙ୍କ କ୍ଲାସ ନେବେନି ବୋଲି ଚେତାବନୀ ଦେଇଥିଲେ । ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗୁରୁବାରଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଧମକ ଦେଇଥିଲେ । ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକମାନେ କହିଥିଲେ। ଆନ୍ଦୋଳନର ତୃତୀୟ ଦିନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତାମାନଙ୍କ ଆଲୋଚନା ବିଫଳ ହେବା ପରେ ଏଭଳି ଚରମବାଣୀ ଶୁଣାଇଥିଲେ ।












Click it and Unblock the Notifications