ରାଜ୍ୟସ୍ତରୀୟ ପରେଡ ପାଇଁ ପ୍ରସ୍ତୁତି
ଦିନ ଦୁଇଟା ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ ପରେଡ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ହେଉଛି ରିହର୍ସଲ ।
ଭୁବନେଶ୍ୱର: ଦିନ ଦୁଇଟା ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ ପରେଡ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ହେଉଛି ରିହର୍ସଲ ।

ଆଜି ଅପରାହ୍ନ ୩ଟା ଏବଂ କାଲି ସକାଳେ କରାଯିବ ଫୁଲଡ୍ରେସ୍ ଫାଇନାଲ ରିହର୍ସଲ। ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କୁ ମିଶାଇଲେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ ପରେଡ ଅଭ୍ୟାସରେ ଅଂଶ ଗ୍ରହଣ କରିବେ। ରିହର୍ସାଲରେ ବାଇକରେ ଡେୟାରଡେଭିଲ ଦୁଃସାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରିବେ।
ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ କରାଯିବ। ଏଥିପାଇଁ ଏସବୁର ଅଭ୍ୟାସ କରାଯିବ। ଚଳିତବର୍ଷ ପରେଡ କମାଣ୍ଡିଂ କରିବେ କେସିଙ୍ଗା ଏସଡିପିଓ ୟଶପ୍ରତାପ ଶ୍ରୀମାଲ ।












Click it and Unblock the Notifications