Get Updates
Get notified of breaking news, exclusive insights, and must-see stories!

ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ଗର୍ଭବତୀ ସ୍ତ୍ରୀ

ଢେଙ୍କାନାଳ: ବାହାଘରର ତିନି ମାସରେ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ଗର୍ଭବତୀ ସ୍ତ୍ରୀ । ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗାଁରେ ଘଟିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ପ୍ରଧାନ ବୈଦିକ ରୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପାଲଲହଡ଼ା ବ୍ଲକ ଖମାର ଥାନା ଖେମଳା ପଞ୍ଚାୟତ ଅନ୍ତର୍ଗତ ଘେନକାନି ଗାଁର ନବିନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ । ହିନ୍ଦୁ ଧର୍ମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କନ୍ୟା ଘର ଲୋକ ଝିଅକୁ ମଧ୍ୟ ଛାଡି ନେଇଥିଲେ । ହେଲେ ବିବାହ ହୋଇଥିବା ଝିଅର ମନ କିନ୍ତୁ ମାନୁ ନଥଲା । ମନ ଥିଲା ପୂର୍ବତନ ପ୍ରେମିକ ପାଖରେ ।

Pregnant Woman

ପରିସ୍ଥିତିରେ ପଡି ସିନା ବିବାହ କରିଥିଲେ । ହେଲେ ସ୍ୱାମୀ ପ୍ରତି ତାଙ୍କର ମନ ଆଦୌ ନଥିଲା । ତେଣୁ ନିଜ କଷ୍ଟକୁ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୧ ଗୋଟି ଦୁଃଖପୂର୍ଣ୍ଣ ରିଲ୍ସ କରିଥିଲେ । ଯାହା ନିଜ ପ୍ରେମିକ ପାଖରେ ହୃଦୟର ବେଦନାକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ତେବେ ରଜ ପର୍ବ ପାଇଁ ବାପ ଘରକୁ ଆସିଥିଲା ନବବିବାହିତା ପୁରୀ । କିନ୍ତୁ କିଛିଦିନ ପରେ ଶ୍ୱଶୁର ଘର ଲୋକ ଫୋନ କରି ତୃତୀୟାକୁ କହିଥିଲେ ଯେ ଝିଅ ରାତି ୯ଟାରେ କେଉଁ ଆଡେ ପଳେଇ ଯାଇଛି । ଏ କଥା ଶୁଣି ସତେ ଯେପରି ତୃତୀୟାଙ୍କ ମୂର୍ଦ୍ଦନା ଫାଟି ଗଲା । ଚାରିଆଡେ ସ୍ତ୍ରୀକୁ ଖୋଜିଲେ ହେଲେ ପାଇଲେ ନାହିଁ କିନ୍ତୁ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ଅନ୍ୟ କେଉଁ ପୁରୁଷ ସହିତ ପଳେଇ ଯାଇଛି । ଏ ନେଇ ସେ ନିଜର ଦୁଃଖକୁ ପରିପ୍ରକାଶ କରିଛନ୍ତି । ଧନ ତୁ ଫେରିଆ ବୋଲି ନିବେଦନ ମଧ୍ୟ କରିଛନ୍ତି ସ୍ୱାମୀ ତୃତୀୟା ।

ଅନ୍ୟପକ୍ଷରେ ଆଶା ଦିଦିଙ୍କ କହିବା ଅନୁସାରେ ଝିଅ ତିନି ମାସର ଗର୍ଭବତୀ ଥିଲେ । ରଜ ପରେ ତାଙ୍କୁ ପ୍ରଥମ ଟୀକା ଦିଆଯିବାର ଥିଲା । ମମତା କାର୍ଡ ମଧ୍ୟ ହେବାର ଥିଲା । ହେଲେ ପ୍ରେମରେ ଅନ୍ଧ ରୀତି ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ତାଙ୍କ ବାପା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+