ନୂଆବର୍ଷ ଆରମ୍ଭରୁ ତିନି ଦିନ ହେଲା ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ଆଜିକୁ ମିଶାଇ ଗତ ୩ ଦିନ ହେଲାଣି ଉପାସରେ ଅଛନ୍ତି ବାବା ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି ।
ଭୁବନେଶ୍ୱର: ଆଜିକୁ ମିଶାଇ ଗତ ୩ ଦିନ ହେଲାଣି ଉପାସରେ ଅଛନ୍ତି ବାବା ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି । ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଛି ନୀତିକାନ୍ତି ।

ନୂଆବର୍ଷ ଅର୍ଥାତ ରବିବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଚାଲିଥିବା ବେଳେ ଜଣେ ଭକ୍ତ ଭୋଗ ମଣ୍ଡପରେ ପଶିଯିବାରୁ ଭୋଗ ମାରା ହୋଇଥିଲା । ଫଳରେ ସେବାୟତମାନେ ନୀତିକାନ୍ତି ବନ୍ଦ କରି ଦେଇଥିବା ବେଳେ ସେଦିନର ସମସ୍ତ କୋଠ ଭୋଗ ଏବଂ ଜଜମାନ ଭୋଗ ଅମୁଣିଆ କୂଅରେ ପକାଇବା ବିଧିଥିବା ବେଳେ ଏଥିରେ ବ୍ୟତିକ୍ରମ ହୋଇଥିବା ନେଇ ବଡ଼ୁ ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା। ତେବେ ରାତି ସୁଦ୍ଧା କୌଣସି ନିଷ୍କର୍ଷ ନ ହେବାରୁ ଶ୍ରୀଲିଙ୍ଗରାଜ ଉପବାସ ରହିଥିଲେ। ହେଲେ ସୋମବାର ରାତି ୯ଟା ସୁଦ୍ଧା ମଧ୍ୟ ସମସ୍ୟାରେ କୌଣସି ସୁଧାର ଆସି ନ ଥିଲା ।
ଏସବୁ ଦୃଷ୍ଟିରେ ରଖି ଆଜି ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ସର୍କିଟ ହାଉସ୍ ଠାରେ ବୈଠକ ଚାଲିଛି । ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଢ଼ୁ ବୈଠକରେ ଯୋଗଦେଇଥିବା ବେଳେ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ନିଯୋଗ ପ୍ରତିନିଧିମାନେ ବୈଠକରେ ଯୋଗଦେବାକୁ ଆସୁଥିବା ସୂଚନା ମିଳିଛି ।
ସେପଟେ କୌଣସି ପରିସ୍ଥିତିରେ ବି ଶ୍ରୀ ଲିଙ୍ଗରାଜଙ୍କ ସେବାପୂଜାରେ ବିଭ୍ରାଟ ନ କରିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ପାଳନ କରାଯାଉ ନାହିଁ। ଯାହା ଏବେ ଉଦ୍ବେଗର ବିଷୟ ହୋଇଛି।












Click it and Unblock the Notifications