Republic Day: ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ଵ ଦେଖିବ ଓଡ଼ିଶାର କଳା । ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ୨୦୨୪ ପ୍ରଜ୍ଞାପନ ମେଢ ପାଇଁ ଚଳିତ ବର୍ଷର ଅନ୍ୟତମ ବିଷୟବସ୍ତୁ 'ବିକଶିତ ଭାରତ'କୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଆଜି ଅନୁଷ୍ଠିତ ଚୂଡ଼ାନ୍ତ ଅଭ୍ୟାସ ପ୍ୟାରେଡରେ ଭାଗ ନେଇଛି ।

ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ନାରୀଶକ୍ତି କୈନ୍ଦ୍ରିକ ହୋଇଥିବାରୁ ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି ।

୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଏହି ବିଶାଳ ପ୍ରଜ୍ଞାପନ ମେଢ ଗତକାଲି ରାତି ୧୦ ଟା ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରୁ ବାହାରି ସଂସଦ ଭବନ ଦିଗକୁ ଅଗ୍ରସର ହୋଇଥିଲା । ଆଜି ପୂର୍ବାହ୍ଣ ୧୦ ଟା ୩୦ରେ ରାଷ୍ଟ୍ରପତି ଭବନ ସମ୍ମୁଖରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମହିଳା କଣ୍ଟିଜେଣ୍ଟମାନଙ୍କ ଅଭ୍ୟାସ ପ୍ୟାରେଡ ପରେ ପରେ ପଞ୍ଚମ ପ୍ରଜ୍ଞାପନ ମେଢ ଭାବରେ ଓଡ଼ିଶାର ସୁଦୃଶ୍ୟ ପ୍ରଜ୍ଞାପନ ମେଢ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଥିଲା ।

Pragyapan Medha

ପ୍ରଜ୍ଞାପନ ମେଢ ଉପରେ ଓଡ଼ିଶାର ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟଚିତ୍ର ପ୍ରସ୍ତୁତି ପ୍ରଦର୍ଶନ କରିଥିବାବେଳେ ମେଢର ଉଭୟ ପାର୍ଶ୍ଵରେ ବାଲେଶ୍ଵର ଜିଲ୍ଲା ଗୋପାଳପୁରର ଲକ୍ଷ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ପ୍ରଜ୍ଞାପନ ମେଢ ପ୍ରଦର୍ଶନରେ ଓଡିଶା ଅଂଶଗ୍ରହଣ କରିବ ବୋଲି ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିବା ପରେ ଗତମାସ ୮ ତାରିଖରୁ ୨୯ ତାରିଖ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ନୂଆଦିଲ୍ଲୀ ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ଭବନରେ ଏବଂ ଚଳିତ ମାସ ୮ ତାରିଖରୁ ୨୨ ତାରିଖ ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଅନୁଷ୍ଠିତ ବିଶେଷଜ୍ଞ କମିଟିର ବୈଠକରେ ଓଡିଶା ସରକାରଙ୍କ ତରଫରୁ ପ୍ରଜ୍ଞାପନ ମେଢର ସ୍କେଚ, ମଡେଲ, ସଙ୍ଗୀତ ଓ ନୃତ୍ୟ ଉପସ୍ଥାପନ କରାଯାଇଥିଲା ।

ଓଡିଶା ଦ୍ଵାରା ଉପସ୍ଥାପିତ ମଡେଲ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ପରେ କାର୍ଯ୍ୟାଦେଶ ପାଇଥିବା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ପ୍ରାଧ୍ଵକୃତ ଡିଜାଇନର ଭୁବନେଶ୍ଵରର ଇମାଜେରୀ ସଂସ୍ଥା ଦ୍ଵାରା ଚଳିତ ମାସ ୭ ତାରିଖରୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରଜ୍ଞାପନ ମେଢ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ ଓଡିଶାର ଏହି ପ୍ରଜ୍ଞାପନ ମେଢ ନିର୍ମାଣ କରାଯାଇଛି । ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶା ସମେତ ୧୬ ଟି ରାଜ୍ୟ ଓ ୯ ଟି ମନ୍ତ୍ରାଳୟର ୨୬ ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରିଛନ୍ତି । ପୂର୍ବବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ୨୮ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରର ଝଙ୍କାର ହଲରେ ଶ୍ରେଷ୍ଠ ବିବେଚିତ ପ୍ରଜ୍ଞାପନ ମେଢଗୁଡିକୁ ପୁରସ୍କୃତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+