ଶନିବାର ସନ୍ଧ୍ୟାରେ ଏହି ୪ ଜିଲ୍ଲାରେ ଆସିବ ବନ୍ୟା !

ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀରେ ବନ୍ୟା ଆଶଙ୍କା ରହିଥିବା କହିଛନ୍ତି ଏସଆରସି ।

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀରେ ବନ୍ୟା ଆଶଙ୍କା ରହିଥିବା କହିଛନ୍ତି ଏସଆରସି ।

odisha flood news

ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି। ଜଳ ନିଷ୍କାସନ ନେଇ ୨୮ଟି ଗେଟ୍‌ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି। ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ପାରେ ବୋଲି ଆକଳନ କରାଯାଉଛି। ସେହିପରି ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢିଛି । ଫଳରେ ରେଙ୍ଗାଲିର ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି । ତେଣୁ ବ୍ରାହ୍ମଣୀରେ ଜଳସ୍ତର ବଢିବ ।

ତେବେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିଭଳି ହୀରାକୁଦରୁ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନଦୀ ମଧ୍ୟକୁ ନିଷ୍କାସିତ ହେଉଛି ।

ତେବେ ଶନିବାର ସକାଳ କିମ୍ବା ମଧ୍ୟାହ୍ନ ଭିତରେ ମୁଣ୍ଡୁଳୀରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ଯାହାଦ୍ୱାରା ଶନିବାର ଦିନ ସନ୍ଧ୍ୟା ବେଳକୁ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି ।

୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ମୁତୟନ କରାଯାଇଛି। ବନ୍ୟା ଆଶଙ୍କା ଥିବା ୬ଟି ଜିଲ୍ଲାକୁ ଏହି ଟିମ୍ ପଠାଯାଇଛି । କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ପୁରୀ ଜିଲ୍ଲାରେ ଏହି ଟିମ୍ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+