ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ ଅସୁସ୍ଥ, ମେଡିକାଲରେ ଭେଟିଲେ ଶୁଭେଚ୍ଛୁ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଆଜି ତାଙ୍କ ଜନ୍ମଦିନ ଥିବାବେଳେ ମେଡିକାଲରେ ପହଞ୍ଚି ତାଙ୍କ ସମର୍ଥକ ଶୁଭେଛା ଜଣାଇଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମୟରେ ରାଜନୀତିରେ ସର୍ବଦା ସକ୍ରିୟ ରହୁଥିବା ଶ୍ରୀ ରାଉତ ଗତ କିଛିବର୍ଷ ଧରି ସକ୍ରିୟ ରାଜନୀତିଠାରୁ ଏକପ୍ରକାର ଦୂରେଇ ରହିଛନ୍ତି ।
ଆଜି ଦାମୋଦର ରାଉତଙ୍କ ଜନ୍ମଦିନ । ତେଣୁ ସେ ଅସୁସ୍ଥ ଥିବା ହେତୁ ତାଙ୍କ ଶୁଭେଚ୍ଛୁମାନେ ହସ୍ପିଟାଲରେ ଭେଟି ଶୁଭକାମନା ଜଣାଇଛନ୍ତି । ଶ୍ରୀ ରାଉତଙ୍କ ଅସୁସ୍ଥ ଖବର ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ନିରାଶା କରିଛି ।

ସୂଚନା ଅନୁସାରେ, ବରିଷ୍ଠ ନେତା ଶ୍ରୀ ରାଉତ ଅସୁସ୍ଥ ଅଛନ୍ତି । ତେଣୁ ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟ ରାଜନୀତିର ସେ ଆଗଧାଡ଼ିର ଟାଣୁଆ ନେତା । ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ଶ୍ରୀ ରାଉତ ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ସାମିଲ ହେବା ପରଠାରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ରହିଥିଲେ । ଦାମୋଦର ରାଉତ ବିଜେଡି ଟିକେଟରେ ୭ ଥର ନିର୍ବାଚନ ଜିତି ବିଧାୟକ ହୋଇଥିଲେ ।












Click it and Unblock the Notifications