ଭିଜିଲାନ୍ସ ଜାଲରେ ସବ୍ ଇନ୍ସପେକ୍ଟର,କେସ୍ ଡାଏରୀ ପାଇଁ ନେଉଥିଲେ ଲାଞ୍ଚ
ଭିଜିଲାନ୍ସ ଜାଲରେ ନୟାଗଡ଼ର ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନ। କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। କଲ୍ୟାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ। ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ।
ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ। ଏମିତିକି ଟଙ୍କା ନ ଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ। ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି। ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ପରେ, ଭୁବନେଶ୍ୱରରେ ତାଙ୍କ ବାସଭବନ ଏବଂ ଅଫିସ ରୁମରେ ଏକକାଳୀନ ତଲାସ କରାଯାଇଥିଲା।

ଶ୍ରୀଚନ୍ଦନ ୨୦୧୭ରେ ପୁଲିସର ଏସ୍ଆଇ ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେ ଅକ୍ଟୋବର ୨୦୨୪ରୁ ସରନକୁଳ ଥାନାରେ କାର୍ଯ୍ୟରତ ଥିଲେ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications