Get Updates
Get notified of breaking news, exclusive insights, and must-see stories!

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସର ବଡ଼ ସୂଚନା, ଏହି ଘଟଣାରେ ....

ପୁରୀଜିଲ୍ଲା ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି। ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଏମ୍ସ ଦିଲ୍ଲୀରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ନାବାଳିକାଙ୍କୁ କିରୋସିନ ଢାଳି ଜାଳିଦେବା ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ଖୁଲାସା କରିଛି। ଏହି ଘଟଣାରେ ତଦନ୍ତ ଶେଷ ପର୍ଯାୟରେ ପହଞ୍ଚିଥିବା ଓଡ଼ିଶା ପୋଲିସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ (@odisha_police) ମାଧ୍ୟମରେ ସୂଚନା ଦିଆଯାଇଛି।

odisha police

ଏଳ୍ସରେ ଓଡ଼ିଶା ପୋଲିସ ପକ୍ଷରୁ ଲେଖାଯାଇଛି ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ରେ ଅଭାବନୀୟ ଘଟଣା ଘଟିଥିଲା । ଜଣେ ନାବାଳିକାଙ୍କୁ ରାସ୍ତାରୁ ଟାଣି ନେଇ ତିନି ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ପିନାକ ମିଶ୍ର କହିଥିଲେ ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ ରେକର୍ଡ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୁରୀ ପୋଲିସ । କେସ୍‌ର ଆଇଓଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଏବଂ ଜଣେ ମହିଳା ଡିଏସ୍‌ପି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ଏହାପରେ ସମଗ୍ର ଘଟଣା ପଛର କାରଣ ବିଷୟରେ ପୋଲିସ ପକ୍ଷରୁ ସାର୍ବଜନୀନ କରାଯିବ ବୋଲି ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+