ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଲେ ଡିଜିପି ସୁନିଲ ବଂଶଲ । ପ୍ରେସମିଟ୍ କରି ପୋଲିସ ଡିଜି କହିଛନ୍ତି ଯେ, କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ ।

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଲେ ଡିଜିପି ସୁନିଲ ବଂଶଲ । ପ୍ରେସମିଟ୍ କରି ପୋଲିସ ଡିଜି କହିଛନ୍ତି ଯେ, କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ । ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରୀ ସହ ଯୋଗାଯୋଗ କରିଛୁ । ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ । ଫରେନ୍ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ ।

Odisha Police DG

ସେ କହିଛନ୍ତି, ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି। ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ। ଏଭଳି କ୍ରାଇମର ରହସ୍ୟ ୨ରୁ ୪ ଦିନ ଭିତରେ ଜଣା ପଡ଼ିବନି। ସେଥିପାଇଁ କେନ୍ଦ୍ରର ସହଯୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି । ଗୃହ ମନ୍ତ୍ରାଳୟ ମଧ୍ୟ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତଦନ୍ତରେ ସହଯୋଗ କରିବାକୁ CFSL ଟିମ୍ ଆସିପାରେ । ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୋଲିସଙ୍କୁ ବଦଳି କରାଯାଇଛି। ଘଟଣାର ଯେଭଳି ପୁନରାବୃତ୍ତି ନହେବ ପଦକ୍ଷେପ ନିଆଯାଉଛି ବୋଲି ଡିଜିପି କହିଛନ୍ତି ।

ଅନ୍ୟପଟେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ମାରିଥିବା ଗୁଳି ଖୋଜି ପାଇଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଜବତ କରିଛି କ୍ରାଇମବ୍ରାଞ୍ଚ । ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି । କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ବଡ ପ୍ରମାଣ ।

ଉଲ୍ଲେଖଥାଉ କି, ଗତ ରବିବାର ଦିନ ୧୨ଟା ବେଳେ ଏକ ସଭାକୁ ଯୋଗ ଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିଲେ । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଗୋପାଳକୁ କ୍ରାଇମବ୍ରାଞ୍ଚ ଗିରଫ କରିବା ସହିତ କୋର୍ଟରେ ହାଜର କରିଥିଲା । ତେବେ ଗତକାଲି ଗୋପାଳ ନିଜର ଦୋଷ ମାନିଥିବା କହିଥିଲେ ଅରୁଣ ବୋଥ୍ରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+