ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜା ସୂତା ମନା
ଭୁବନେଶ୍ୱର:ଆସନ୍ତାକାଲି ହେଉଛି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ସାଧରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଆଉ ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି ।

ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍ । ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ଯ୍ୟନୁଷ୍ଠାନ । ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications