ପକ୍ସୋ କୋର୍ଟ ବାଚାରପତିଙ୍କ ଆତ୍ମହତ୍ୟା
ସ୍ୱତନ୍ତ୍ର ପକ୍ସୋ କୋର୍ଟ ବାଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା, ସିଡିଏ ସେକ୍ଟର-୯ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି ,ସରକାରୀ ବାସଭବନରେ କଲେ ଆତ୍ମହତ୍ୟା ,Odisha Pocso Court Judge Subash Kumar Bihari Commits Suicide
କଟକ:ସ୍ୱତନ୍ତ୍ର ପକ୍ସୋ କୋର୍ଟ ବାଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର-୯ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ନିଜ ଘରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଆତ୍ମହତ୍ୟାରେ ବ୍ୟବହାର କରାଯାଇଥିବା ରଶିକୁ ଜବତ କରିଛି । ବାଚାରପତିଙ୍କ ମୃତ ଦେହକୁ ପ୍ରଥମେ ବଡ଼ ମେଡିକାଲରେ ପୋର୍ଷ୍ଟମର୍ଟମ କରାଯିବା ପରେ ମୃତ ଦେବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ସୂଚନାଅନୁଯାୟୀ ଦୁଇଦିନ ହେବ ଛୁଟିରେ ଥିଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବାଚାରପତି । ଆଜି ଛୁଟି ସରୁଥିବା ବେଳେ ପୁଣି ଷ୍ଟୋନଙ୍କୁ ଫୋନ୍ କରି ଛୁ଼ଡି ମାଗିଥିଲେ । ଘରେ କେହି ନଥିବା ସମୟରେ ଫ୍ୟାନରେ ରଶି ଲଗାଇବା ଆତ୍ମହତ୍ୟା କରିଛନ୍ତି ବିଚାରପତି ସୁବାସ କୁମାର ବିହାରୀ । ପତ୍ନୀ ଓ ଦୁଇ ଝିଅ ମାର୍କେଟ୍ ଫେରି କବାଟ ବାଡେଇବା ପରେ ଭିତରୁ କୌଣସି ଉତ୍ତର ପାଇ ନଥିଲେ । ଯାହା ପରେ ଘରେ କାମ କରୁଥିବା ଅଡର୍ଲିକୁ ଡାକି ଘର କବାଟ ଭାଙ୍ଗି ଭିତରକୁ ଯାଇ ବିଚାରପତିଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଧାର କରି ନିକଟସ୍ଥ ଏକ ଘରୋଇ ଡାକ୍ତର ଖାନକୁ ନେଇଥିଲେ ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications