୨୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ
ଭୁବନେଶ୍ୱର: ଆଗାମୀ ୨୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଫର୍ମ ପୂରଣ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଡିସେମ୍ବର ୭ ଫର୍ମ ପୂରଣ ପାଇଁ ରହିଛି ଶେଷ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ନଭେମ୍ବର ୧୬ରୁ ନଭେମ୍ବର ୩୦ତାରିଖ ମଧ୍ୟରେ ଏସବିଆଇ କଲେକ୍ଟ ମାଧ୍ୟମରେ ଫି'ଦାଖଲ କରିବା ପାଇଁ ପଡିବ । ନଭେନମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଶହେ ଟଙ୍କା ଜରିମାନା ଏବଂ ଡିସେମ୍ବର ୫ରୁ ୭ ମଧ୍ୟରେ ଏହା ବୃଦ୍ଧି ପାଇଁ ୪୫୦ ଟଙ୍କା ଜରିମାନ ଦେବା ପାଇଁ ପଡିବ ଛାତ୍ରଛାତ୍ରୀଙ୍କୁ । ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡିବ ସେହିପରି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପେପର୍ ପିଛା ୪୦ ଟଙ୍କା ଫି ଦେବାକୁ ପଡିବ ବୋଲି ସୂଚନା ରହିଛି । ସେହିପିର ଡିସେମ୍ବର ୭ ସୁଦ୍ଧା ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ।

ସେହିପରି ସ୍ମାରକ ପତ୍ର ପାଇଁ ୧୦୦ଟଙ୍କା ଦାଖଲ କରିବାକୁ ପଡିବ । ଫର୍ମ ପୂରଣ ସମୟରେ କଲେଜ ପରିଚୟପତ୍ର, ଫଟୋକପି, ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଛାତ୍ରଛାତ୍ରୀଙ୍କୁ ଦାଖଲ କରିବା ପାଇଁ ପଡିବ । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ଜରିଆରେ ଅଧିକ ସୂଚନା ପାଇପାରିବେ ଛାତ୍ରଛାତ୍ରୀ ।












Click it and Unblock the Notifications