ପରୀକ୍ଷା ଦେଲା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ
ପରୀକ୍ଷା ଦେଲା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟରେ ।
ସୁନ୍ଦରଗଡ: ପରୀକ୍ଷା ଦେଲା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟରେ । ଆଜି ଯୁକ୍ତ ଦୁଇର ଓଡିଆ ବିଷୟର ପରୀକ୍ଷା ଚାଲିଥିବାବେଳେ ହଠାତ୍ ପରୀକ୍ଷା କେନ୍ଦ୍ର ଭିତରେ ହଠାତ୍ ଟଲି ପଡିଥିଲେ ଏମଡି ଅରବାଜ ନାମକ ଛାତ୍ର ।

ତାଙ୍କୁ ତୁରନ୍ତ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅରବାଜଙ୍କର କିପରି ମୃତ୍ୟୁ ଘଟିଲା, ତାର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications