ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ
ଭୁବନେଶ୍ୱର:ମେ'୩୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସିଏଚଏସସି, ପରୀକ୍ଷା ନିୟନ୍ତ୍ରକ ପକ୍ଷରୁ ଦିଆଯାଇଛି ସୂଚନା । ୩୧ ତାରିଖ ଦିନ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ପରେ ଜୁନ ପ୍ରଥମ ସପ୍ତାହରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୂଚନା ଅନୁସାରେ, +୨ ପରୀକ୍ଷାଫଳ ଘୋଷଣା ପାଇଁ ଆବଶ୍ୟକ ହେଉଥିବା ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇ ନାହିଁ । ଯାହା ଆସନ୍ତାକାଲି ସୁଦ୍ଧା ଶେଷ ହେବା ନେଇ ସୂଚନା ରହିଛି । ତେଣୁ ମେ' ୩୧ ତାରିଖରେ ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟର ଫଳାଫଳ ଘୋଷଣା କରାଯିବ । ଆସନ୍ତା କାଲି ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଘୋଷଣା ହେବ ।

ସୂଚନାଯୋଗ୍ୟ ଯେ, ଯୁକ୍ତ ୨ ଖାତା ଦେଖା ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଅନଲାଇନ୍ ଖାତା ଦେଖା ହୋଇଥିଲା । ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ ।
ସୂଚନାଥାଉ ଯେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ସାରା ରାଜ୍ୟରେ +2 ପରୀକ୍ଷା ଆରମ୍ଭ ହୋଇଥିଲା । ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ଯୁକ୍ତ ଦୁଇ ପରୀକ୍ଷା । ଏଥର ବିଜ୍ଞାନରେ ୯୧, ୩୭୯, ବାଣିଜ୍ୟରେ ୨୩,୧୪୮ ଜଣ, କଳାରେ ୨ ଲକ୍ଷ ୨୯ ହଜାର ୧୧୦ଜଣ ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହାଜର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥି ପାଇଁ ରାଜ୍ୟରେ ମୋଟ୍ ୧୧ ଶହ୍ ୪୫ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ହବ୍ କରାଯାଇଥିଲା ।












Click it and Unblock the Notifications