ମେ' ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ
Plus To Result Odisha: ମେ' ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳାଫଳ ପ୍ରକାଶ ପାଇବ । ଆଜି ଏନେଇ CHSE ପକ୍ଷରୁ ସୂଚନା ଜାରି କରାଯାଇଛି ।

CHSE ସୂଚନା ଅନୁସାରେ, www.orissaresult.nic.inରେ ନିଜ ଲେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଏହାସହ ସେମାନଙ୍କର HS School e-space ଓ Digilockerରୁ ମଧ୍ୟ ପରୀକ୍ଷା ରେଜଲ୍ଟ ଜାଣିପାରିବେ ।
ଚଳିତ ବର୍ଷ ଫେବ୍ରୁଆରୀ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଚଳିତ ଥର ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications